ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଳା ସଦର ବ୍ଲକର ଜନମୁରାଠାରେ ବାଇକ୍ ଓ ଡମ୍ପର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ହିଁ ଜଣେ ମଡେଲ ଡିଗ୍ରୀ କଲେଜ୍ ଛାତ୍ର ଆଲୋକ ଖୁରାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ବାଇକ୍ ପଛରେ ଥିବା ଆଉ ଜଣେ ଛାତ୍ର ମନୋଜ ଥାପା ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେଠିକାର୍ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ନୂତନ ରେଳରାସ୍ତାର ନିର୍ମାଣ କାମରେ ଲାଗିଥିବା ସମସ୍ତ ଡମ୍ପର ଗାଡି ଗୁଡିକ ବେପରୁଆ ମନୋଭାବ ନେଇ ବହୁତ୍ ସ୍ପିଡ଼ରେ ଗାଡି ଚଲାଉଥିବା କହୁଛନ୍ତି । ପାଖରେ ସ୍କୁଲ ଥାଉ ଅବା ଗ୍ରାମ ଗାଡ଼ି ଚାଳକ ମାନେ ଖାତିର ନକରି ବେପରୁଆ ଗାଡିଚଳାଇବା ଦ୍ୱାରା ଏପରି ଦୁର୍ଘଟଣା କ୍ରମାଗତ ଭାବେ ବଢିଚିଲିଛି । ଆଜି ସେପରି ସମାନ ଘଟଣା କ୍ରମରେ ଶିକାର ହୋଇଛନ୍ତି ସ୍ଥାନୀୟ ମଡେଲ ଡିଗ୍ରୀ କଲେଜର ନିରିହ ଛାତ୍ର । ଆଲୋକ ଖୁରା ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ୧୦୮ ଆମ୍ବୁଲେନ୍ସ ଗାଡିର ଫର୍ମାସୀ କର୍ମଚାରୀ ଥିବା ବେଳେ ସେ ଉଚ୍ଚଶିକ୍ଷାର ଆଶାନେଇ ମଡେଲ ଡିଗ୍ରୀ କଲେଜ୍ର ଜଣେ ଯୁକ୍ତ ତିନିର ଛାତ୍ର ହିସାବରେ ଅଧ୍ୟୟନରତ ମଧ୍ୟ ଥିଲେ । ଦୁର୍ଘଟଣାରେ ଆହତ ଅନେକ ଜୀବନ ଆଲୋକ ବଞ୍ଚାଉଥିବା ବେଳେ ଆଜିର ଦୁର୍ଘଟଣାରେ ନିଜେ ଆଲୋକଙ୍କର ଜୀବନଦୀପ ଲିଭିଯିବା ଘଟଣା ତାଙ୍କର ସହପାଠୀ ମହଲ ତଥା ସମଗ୍ର ଜିଲ୍ଲାରେ ଏକ ଶୋକାକୂଳ ପରିବେଶ ସୃଷ୍ଟି କରିବାସହ ଲୋକଙ୍କ ସୁରକ୍ଷା ପାଇଁ ଭାରିଯାନ ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଚେକିଂକୁ କଡ଼ାକଡ଼ି କରିବା ଉପରେ ପ୍ରଶାସନ ପାଖରେ ଜନସାଧାରଣ ଦାବି ରଖିଛନ୍ତି ।