ଗୋଶାଣି ବ୍ଳକରେ ସ୍ଥାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବୀ ପୂରଣ ହେବ କେବେ?

0 61

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସ୍ଥାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବୀ ଦୀର୍ଘ ଦିନ ହେଲା ଖାଲି ପଡ଼ିଛି । ଏହାର କାର୍ଯ୍ୟ ତୁଲାଉଛନ୍ତି କାଶୀ ନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ । ତେଣୁ ସ୍ଥାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସକାଶେ ଅଞ୍ଚଳବାସୀ ତରଫରୁ ଦାବି ହେଉଛି । ଏହି ବିଷୟରେ ସମିତି ବୈଠକରେ ମଧ୍ୟ ଆଲୋଚନାର ବିଷୟ ପାଲଟିଥିଲା । ଦାୟିତ୍ୱ ନେଇ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଜନ ପ୍ରତିନିଧି ମାନେ କେଉଁ ସ୍କୁଲରେ ଅଧିକ ଶିକ୍ଷକ ଅବସ୍ଥାପିତ ରହିଥିବା ବେଳେ ଅନ୍ୟ କିଛି ସ୍କୁଲରେ ଛାତ୍ରଛାତ୍ରୀ ସଂଖ୍ୟା ଅଧିକ ଥିବା ଶିକ୍ଷକଙ୍କ ସଂଖ୍ୟା କମ ରହିଥିବା ଜନ ପ୍ରତିନିଧି ମାନେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ । ଅନ୍ୟପଟେ ଅନ୍ୟ ବ୍ଳକରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଏହି ବ୍ଳକରେ ବିଭିନ୍ନ ସ୍କୁଲରେ ଡେପୁଟେସନରେ ଆସି କିଛି ଦିନ କାର୍ଯ୍ୟ କଲା ପରେ ସେହି ସ୍କୁଲରେ ସ୍ଥାୟୀତ୍ୱ କରାଯାଇ ଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏପଟେ ଛାତ୍ରଛାତ୍ରୀ ସଂଖ୍ୟା ଅନୁପାତରେ ଶିକ୍ଷକ ଶିକ୍ଷୟିତ୍ରୀ ଅବସ୍ଥାପିତ କରାଯାଉଥିବା ସରକାର କହୁଥିବା ବେଳେଏହି ବ୍ଳକରେ କେଉଁଠାରେ ଛାତ୍ରଛାତ୍ରୀ ସଂଖ୍ୟା ଅଧିକା ଥିବା ବେଳେ ଶିକ୍ଷକଙ୍କ ସଂଖ୍ୟା କମ ଓ କେଉଁ ସ୍କୁଲରେ କମ ଛାତ୍ର ଛାତ୍ରୀ ଥିବା ବେଳେ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ରହିଥିବାର ଜନ ପ୍ରତିନିଧି ମାନେ ପ୍ରଶ୍ନ କରିଥିଲେ ।ଏହି ବ୍ଳକରେ ଦୀର୍ଘ ଦିନ ହେଲା ଶିକ୍ଷକ ଶିକ୍ଷୟିତ୍ରୀ ବଦଳି ନ ହେଉଥିବା ନେଇ ଜନ ପ୍ରତିନିଧି ମାନେ ପ୍ରଶ୍ନ ସୃଷ୍ଟି କରିଥିଲେ ।ଏହି ବିଷୟରେ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ । ବିଭିନ୍ନ ସ୍କୁଲ ଗୁଡିକରେ ପାନୀୟ ଜଳର ବ୍ୟବସ୍ଥା ନଥିବା ନେଇ ଜନ ପ୍ରତିନିଧିମାନେ ଗୃହରେ ଉଦ୍‌ବେଗ ପ୍ରକାଶ କରିଥିଲେ ଏବଂ ଏହି ବିଷୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରଶ୍ନ ପଚାରି ଥିଲେ । ଏହାର ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ । ସେହିପରି ସମ୍ମିଶ୍ରଣ ହୋଇଥିବା ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ନିଜ ଗ୍ରାମରୁ ଚୟନ ହୋଇଥିବା ବିଦ୍ୟାଳୟକୁ ଯାତାୟାତ ଖର୍ଚ୍ଚ ପ୍ରଦାନ କରାଯାଉନଥିବା ନେଇ ଜନ ପ୍ରତିନିଧି ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ଭଳି ବିଭିନ୍ନ ସମସ୍ୟା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ରହି ଥିବାରୁ ସ୍ଥାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବୀ ପୂରଣ ପାଇଁ ଅଞ୍ଚଳ ବାସୀ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

twelve − 2 =