ଦେଶରେ କରୋନା ଆରୋଗ୍ୟ ହାର ୯୮.୭୪%

0 58

ନୂଆଦିଲ୍ଲୀ,୬/୫ : ଦେଶରେ ମୁଖ୍ୟତଃ ୫ଟି ରାଜ୍ୟର ସଂକ୍ରମଣ ବୃଦ୍ଧି ଏବେ ବଡ଼ ଚିନ୍ତାର କାରଣ ହୋଇଛି । କାରଣ,ଏହି ରାଜ୍ୟଗୁଡ଼ିକ ହିଁ ଜାତୀୟ ସଂକ୍ରମଣ ସ୍ଥିତିକୁ ଗୁରୁତର କରୁଛି । ଏହି ରାଜ୍ୟଗୁଡ଼ିକ ହେଲା ହରିୟାଣା,କେରଳ,ଉତ୍ତର ପ୍ରଦେଶ,ମହାରାଷ୍ଟ୍ର ଓ ନୂଆଦିଲ୍ଲୀ । ଏବେ ପ୍ରାୟ ଅଧିକାଂଶ ଦିନ ହରିୟାଣା ଓ କେରଳ ସଂକ୍ରମଣରେ ଶୀର୍ଷରେ ରହୁଛନ୍ତି । ଦେଶର ଦୈନିକ ସଂକ୍ରମଣ ଲଗାତାର ୩ ହଜାର ଉପରେ ରହୁଛି । ଗତକାଲି ମୋଟ ୩୨୭୫ ଜଣ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ଆଜି ଚିହ୍ନଟ ହୋଇଛନ୍ତି ୩୫୪୫ ଜଣ । ଗତକାଲି ୫ ରାଜ୍ୟରୁ ୮୨.୩୬ ପ୍ରତିଶତ ନୂଆ ସଂକ୍ରମଣ ଚିହ୍ନଟ ହୋଇଥିଲେ । କେବଳ ଦିଲ୍ଲୀରେ ହିଁ ୪୧.୩୪ ପ୍ରତିଶତ ମାମଲା ରହିଛି । ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୧୩୫୪ ମାମଲା ଚିହ୍ନଟ ହୋଇଥିବା ବେଳେ ହରିୟାଣାରେ ୫୭୧,କେରଳରେ ୩୮୬, ଉତ୍ତରପ୍ରଦେଶରେ ୧୯୮ ଏବଂ ମହାରାଷ୍ଟ୍ରରେ ୧୮୮ ମାମଲା ଚିହ୍ନଟ ହୋଇଥିଲା । ଅନ୍ୟପକ୍ଷେ ଗତକାଲି ୫୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିଲା । ଆଜି ୩ ହଜାର ୫୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୯୪,୯୩୮କୁ ବୃଦ୍ଧି ପାଇଛି । ସେହିପରି ୩ ହଜାର ୫୪୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ୍‌ ୪,୨୫,୫୧,୨୪୮ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆରୋଗ୍ୟ ହାର ୯୮.୭୪% । ଚିକିତ୍ସାଧୀନ ଅବସ୍ଥାରେ ଆଉ ୨୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୪,୦୦୨ରେ ପହଞ୍ଚିଛି । ମୃତ୍ୟୁହାର ୧.୨୨% ।୧୯,୬୮୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ସକ୍ରିୟ ଆକ୍ରାନ୍ତ ହାର ୦.୦୫% । ଦିନକ ଆଗରୁ ୪,୬୫,୯୧୮ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ୍‌ ୮୩,୯୮,୪୪,୯୨୫ ନମୁନା ପରୀକ୍ଷା କରାଯାଇଛି । ସେହିପରି ଗତକାଲି ୧୬,୫୯,୮୪୩ ଟିକା ନେଇଥିବା ବେଳେ ଏଯାଏଁ ମୋଟ୍‌ ୧,୮୯,୮୧,୫୨,୬୯୫ ଟିକାକରଣ କରାଯାଇଛି । ଆଜି ମଧ୍ୟାହ୍ନ ସୁଦ୍ଧା ୪,୫୮,୬୭୯ ଟିକାକରଣ କରାଯାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

16 − 6 =