ସାମାନ୍ୟ ବର୍ଷାରେ ମୁଖ୍ୟ ସଡ଼କରେ ଆଣ୍ଠୁଏ ପାଣି, ଘରେ ପଶିଲା ଡ୍ରେନ ପାଣି

0 85

ଘୁ ଉଦୟଗିରି:କାହାର ଭୁଲ, କିଏ ଦୁର୍ଦ୍ଦଶା ଭୋଗୁଛି । ଏନଏସି କର୍ତ୍ତୃପକ୍ଷଙ୍କ ଭୁଲ ଯୋଗୁଁ ଇଲେକ୍ଟ୍ରି ଅଫିସ ଛକ ବାସିନ୍ଦା ସାମାନ୍ୟ ବର୍ଷା ହେଲେ ଜଳ ବନ୍ଦୀ ଭଳି ଅବସ୍ଥାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ସାମାନ୍ୟ ବର୍ଷା ହେଲେ ରାସ୍ତାରେ ଆଣ୍ଠୁଏ ପାଣି ରହୁଛି । ରାସ୍ତା ଉପରେ ଡ୍ରେନ ପାଣି ଲହଡି ଭାଙ୍ଗୁଛି । ଖାଲି ରାସ୍ତାରେ ପାଣି ଜମୁନି, ଘର ଭିତରକୁ ବି ପଶିଯାଉଛି ଡ୍ରେନ ପାଣି । ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗତକାଲିର ବର୍ଷା ପରେ । କିଛି ବର୍ଷ ତଳେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏନଏସି ପକ୍ଷରୁ ଇଲେକ୍ଟ୍ରି ଅଫିସ ଛକରୁ ଏନଏସି ଅଫିସ ପାଖ ପର୍ଯ୍ୟନ୍ତ ଏକ ଡ୍ରେନ ନିର୍ମାଣ କରାଯାଇଥିଲା । ହେଲେ ଉକ୍ତ ଡ୍ରେନ ନିର୍ମାଣ ପରଠାରୁ ପାଣି ଯାଉନି, ଜମି ରହୁଛି । ସାମାନ୍ୟ ବର୍ଷା ହେଲେ ଡ୍ରେନର ମଇଳା ପାଣି ଅଳିଆ ଆବର୍ଜନା ରାସ୍ତା ଉପରକୁ ଆସି ଏକ ଆବର୍ଜନା କୁଣ୍ଡରେ ପରିଣତ ହେବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ଗତକାଲି ବର୍ଷାରେ ଡ୍ରେନ ପାଣି ଘର ଭିତରେ ପ୍ରବେଶ କରିଥିଲା । ଲୋକ ଘରେ ଶୋଇଥିବା ବେଳେ ଡ୍ରେନ ପାଣି ଘରେ ପଶିଯାଇଥିଲା । ସକାଳୁ ନିଦ ଭାଙ୍ଗିଲା ବେଳକୁ ଘରଭିତରେ ଆଣ୍ଠୁଏ ପାଣି । କାହାକୁ କହିବେ ନିଜ ଭାଗ୍ୟକୁ ଆଦରି ଘରୁ ଜଳ ନିଷ୍କାସନ କରି କାନ ମୁଣ୍ଡା ଆଉଁଶି ଧୀରେ ରହିଲେ ।ଏନଏସି ପକ୍ଷରୁ ଲଷାଧିକ ଟଙ୍କା ବ୍ୟୟ କରି ଡ୍ରେନ ନିର୍ମାଣ କରିବା ସତ୍ତେ୍ୱ ଲୋକଙ୍କ କାମରେ ଆସିବା ବଦଳରେ ଅଧିକ ସମସ୍ୟା ସୃଷ୍ଟି ହେଉଛି । ତୁରନ୍ତ ଏହି ଡ୍ରେନ ନିର୍ମାଣ କରି ସମସ୍ୟାର ସମାଧାନ କରିବାକୁ ଇଲେକ୍ଟ୍ରି ଅଫିସ ସାହି ବାସିନ୍ଦା ଦାବି କରିଛନ୍ତି । ଏନଏସି ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ରଙ୍କୁ ଏହି ସମସ୍ୟା ବିଷୟରେ ଅବଗତ କରିବା ପରେ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଏହା ଏକ ଗୁରୁତର ସମସ୍ୟା । ଏହି ସମସ୍ୟାର ସମାଧାନ ନିମନ୍ତେ ମୁଁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଇ ଅତିଶିଘ୍ର ସମାଧାନ କରିବାକୁ ଚେଷ୍ଟା କରିବି ।

hiranchal ad1
Leave A Reply

Your email address will not be published.

thirteen − 5 =