ଅମିତଙ୍କୁ ଭେଟିବା ପରେ ମମତାଙ୍କୁ ପଶଂସା କଲେ ଦାଦା

0 78

କୋଲକାତା,୮/୫ : ଗତ ୬ ତାରିଖରେ ବିସିସିଆଇ ସଭାପତି ସୌରଭ ଗାଙ୍ଗଲିଙ୍କ ଘରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ରାତ୍ରି ଭୋଜନ କରିବା ପରଠୁ ରାଜ୍ୟ ଓ କେନ୍ଦ୍ରୀୟ ରାଜନୀତି ସରଗରମ ରହିଛି । ଏହାକୁ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଦାଦା ଆଜି ଏକ ବୟାନ ଦେଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଅମିତଙ୍କୁ ଭେଟିବାର ଗୋଟିଏ ଦିନ ପରେ ଦାଦା ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପ୍ରବଳ ପ୍ରଶଂସା କରିଛନ୍ତି । ସେ କହିଛନ୍ତି,ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋର ବହୁତ ନିକଟତର । ସେ ଆମ ପରିବାରର ବନ୍ଧୁ । ଯିଏ ତାଙ୍କୁ ଯୋଗାଯୋଗ କରନ୍ତି ତାଙ୍କୁ ସେ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି । ମୁଁ ଅନେକ ଥର ତାଙ୍କ ସହ କଥା ହୋଇଛି ବୋଲି ସେ କହିଛନ୍ତି । ତାଙ୍କର ଏହି ବିବୃତି ରାଜନୈତିକ ବିଶ୍ଲେଷକମାନଙ୍କୁ ବେଶ୍‌ ଦ୍ୱନ୍ଦ୍ୱରେ ପକାଇଦେଇଛି ।

hiranchal ad1
Leave A Reply

Your email address will not be published.

five − three =