ଲକ୍ଷେ ଟଙ୍କା ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଫରେଷ୍ଟର

0 231

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲାର ସିନ୍ଧେକେଲା ଫରେଷ୍ଟର ହରିହର ସ୍ୱାଇଁ । ୧ ଲକ୍ଷ ୩୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଫରେଷ୍ଟର ହରିହର ସ୍ୱାଇଁଙ୍କୁ ଜାବୁଡି ଧରିଲା ଭିଜିଲାନ୍ସ ଟିମ୍। ବଲାଙ୍ଗୀର ଭିଜିଲାନ୍ସ ଡିଏସପିଙ୍କ ନେତୃତରେ ଭିଜିଲାନ୍ସ ଟିମ ଆସି ଫରେଷ୍ଟରଙ୍କୁ ଧରିଛନ୍ତି। ୱାଚର କ୍ଷୀରସିନ୍ଧୁ ଭୋଇଙ୍କଠାରୁ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ମନରେଗା କାମ ନ କରି ଫରେଷ୍ଟର ହରିହର ସ୍ୱାଇଁ ଶ୍ରମିକମାନଙ୍କ ଆକଉଣ୍ଟରେ ଟଙ୍କା ପକାଇଥିଲେI ଆଜିର ଏହି ଚଢ଼ାଉରେ ବଲାଙ୍ଗୀର ସୋନପୁର ଭିଜିଲାନ୍ସ ଟିମର ଅଧିକାରୀ ଉପସ୍ଥିତ ଥିଲେ। ନଗଦ ୧ ଲକ୍ଷ ୩୦୦ ଟଙ୍କା ଟଙ୍କା ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ ଟିମ୍ ।

hiring

ସୂଚନା ଅନୁଯାୟୀ, ମନରେଗା କାମ ନ କରି ଫରେଷ୍ଟର ହରିହର ସ୍ୱାଇଁ ଶ୍ରମିକମାନଙ୍କ ଆକଉଣ୍ଟରେ ଟଙ୍କା ପକାଇଥିଲେI ଆଜିର ଏହି ଚଢ଼ାଉରେ ବଲାଙ୍ଗୀର ସୋନପୁର ଭିଜିଲାନ୍ସ ଟିମର ଅଧିକାରୀ ଉପସ୍ଥିତ ଥିଲେ। ନଗଦ ୧ ଲକ୍ଷ ୩୦୦ ଟଙ୍କା ଟଙ୍କା ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ ଟିମ୍ ।

hiranchal ad1
Leave A Reply

Your email address will not be published.

seven + four =