ବାତ୍ୟା କ୍ରମଶଃ ଦୁର୍ବଳ ହେଉଛି : ଆଇଏମଡି ଡିଜି

0 59

ଭୁବନେଶ୍ୱର: ଭୀଷଣ ବାତ୍ୟା ‘ଅସାନି’ ସମୁଦ୍ର ମଧ୍ୟରେ ସବୁଠାରୁ ତୀବ୍ର ସ୍ତର ଅତିକ୍ରମ କରିସାରିଛି। ଏହା ଏବେ ଧିରେ ଧିରେ ଦୁର୍ବଳ ହେବ । ଏହି ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଏନେଇ ସେ କହିଛନ୍ତି, ଆଜି ସନ୍ଧ୍ୟାରେ ‘ଅସାନି’ ଆନ୍ଧ୍ର ଉପକୂଳ ନିକଟ ହୋଇ ଦିଗ ବଦଳାଇବ । ଏହା ସହ ଆସନ୍ତାକାଲିଠୁ ଓଡ଼ିଶା ଉପକୂଳ ସମାନ୍ତରାଳରେ ଗତି କରିବ । ଏହି ସମୟରେ ଓଡ଼ିଶା ଉପକୂଳ ସମୁଦ୍ରରେ ୪୦ରୁ ୬୦ କିମି ପବନ ବହିପାରେ । ଉପକୂଳ ଜିଲ୍ଲାମାନଙ୍କରେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।

hiranchal ad1
Leave A Reply

Your email address will not be published.

7 − 7 =