ଦ.ଆଫ୍ରିକା ବିପକ୍ଷ ସିରିଜରୁ ବାଦ ପଡିପାରନ୍ତି ସୂର୍ଯ୍ୟକୁମାର ଯାଦବ

0 70

ମୁମ୍ବାଇ : ଆଇପିଏଲ-୨୦୨୨ ଶେଷ ହେବା ପରେ ଭାରତୀୟ ଦଳ ଦ.ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଖେଳିବ । ଏହି ସିରିଜ ଦଳ ୫ଟି ମ୍ୟାଚ ଆସନ୍ତ ଜୁନ୍‌ ୯ରୁ ୧୯ ମଧ୍ୟରେ ଖେଳାଯିବ । ଏହି ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଏକ ବଡ ଧଟକା ଲାଗିଛି । ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ଆହତ କାରଣରୁ ଏହି ସିରିଜରୁ ବାଦ ପଡିବେ ବୋଲି ଜଣାପଡିଛି । ଏହା ଆନୁଷ୍ଠାନିକ ଭାବେ ଘୋଷଣା ହୋଇନଥିଲେ ମଧ୍ୟ କ୍ରିକବଜର ସୂତ୍ର ଅନୁସାରେ ସୂର୍ଯ୍ୟକୁମାର ଆହତ କାରଣରୁ ୪ ସପ୍ତାହ ପଡିଆରେ ରହିବେ । ଏପରି ପରିସ୍ଥଇତିରେ ସେ ଦ.ଆଫ୍ରିକା ସିରିଜ ବିପକ୍ଷ ଆଗାମୀ ଟି-୨୦ ସିରିଜରେ ସେ ବାହାରେ ରହିପାରନ୍ତି । ମେ ୨୯ ରେ ଆଇପିଏଲ୍‌ ୨୦୨୨ ଶେଷ ହେବା ପରେ ଭାରତୀୟ ଦଳ ଜୁନ୍‌ ୯ ରୁ ୧୯ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାଞ୍ଚଟି ଟି -୨୦ ମ୍ୟାଚ୍‌ ଖେଳିବ ।
ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୨ ଆରମ୍ଭରେ ଆଘାତ ହେତୁ ସୂର୍ଯ୍ୟକୁମାର ପୂର୍ବରୁ କିଛି ମ୍ୟାଚ୍‌ ଖେଳି ପାରିନଥିଲେ । ମୁମ୍ବାଇରେ ତାଙ୍କର ସ୍କାନ କରାଯିବ ବୋଲି କୁହାଯାଉଛଇ । ସେ ପୁଣି ଥରେ ଆହତ ହୋଇଥିଲେ ମଧ୍ୟ ବାଙ୍ଗାଲୋରର ନ୍ୟାସନାଲ କ୍ରିକେଟ୍‌ ଏକାଡେମୀ (ଏନସିଏ)କୁ ଯାଇ ନାହାଁନ୍ତି ।

hiranchal ad1
Leave A Reply

Your email address will not be published.

17 − one =