ପାରଳାରେ ଶ୍ରୀମୁତ୍ୟାଲୁ ମା’ଙ୍କ ଘଟଯାତ୍ରା

0 83

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ୱାର୍ଡ ନମ୍ବର ୨ରେ ଶ୍ରୀମୁତ୍ୟାଲୁ ମାଙ୍କ ଘଟଯାତ୍ରା ପର୍ବ ପାଳନ ହୋଇଯାଇଛି । ଏହି ପର୍ବ ଚଳିତ ୯ ତାରିଖଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ପ୍ରତିଦିନ ସନ୍ଧ୍ୟା ୭ ଟାରୁ ଏଗାରଟା ପର୍ଯ୍ୟନ୍ତ ମାଆଙ୍କ ଘଟ ନଗର ପରିକ୍ରମା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ରହୁଛି । ଶ୍ରୀ ଶ୍ରୀ ମୁତ୍ୟାଲୁ ମାଆ ପୂଜା କମିଟିର ସମ୍ପାଦକ ମାଧବ ସାହୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଏହି ପୂଜା ବହୁ ପୁରାତନ ପୂଜା । ଆମ ଜାଣତରେ ଆମ ପୂର୍ବ ପୁରୁଷ ମାନେ କରୁଥିଲେ । ଏହାର ପରମ୍ପରାକୁ ରକ୍ଷା କରିବା ପାଇଁ ଏହି ପୂଜା ପ୍ରତି ୫ ବର୍ଷକୁ ଥରେ ହୁଏ କିନ୍ତୁ କୋଭିଡ ଯୋଗୁଁ ଏହା ହୋଇପାରି ନ ଥିଲା । ବର୍ତ୍ତମାନ ୭ ବର୍ଷ ପରେ ହେଉଛି । ଭାଇଚାରା ସୃଷ୍ଟି କରିବା ପାଇଁ, ଅଧ୍ୟାତ୍ମିକ ସୃଷ୍ଟି କରିବା ପାଇଁ ଓ ସମସ୍ତଙ୍କ ସହିତ ସୁସମ୍ପର୍କ ରଖି ମାଆଙ୍କ ଆଶୀର୍ବାଦ ନେଇ ଆଗକୁ ଠିକ ସେ ବଢିବା ପାଇଁ ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ ଓ ମାଆଙ୍କ ଠାରୁ ଭଲ ବୁଦ୍ଧି ମାଆଙ୍କ ଶକ୍ତି ଆମ ମାନଙ୍କ ପାଖକୁ ଆସୁ ଏହା ହେଉଛି ଏହି ପୂଜାର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି । ଏହି ଯାତ୍ରା ଦେଖିବା ପାଇଁ ଆଖ ପାଖ ଅଞ୍ଚଳର ଲୋକ ଆସି ମାଆଙ୍କ ଆଶୀର୍ବାଦ ନେଇ ଯାଉଥିବାର ଦେଖିବାକୁ ମିଳିଛି । ଆଲୋକ ସଜ୍ଜାରେ ସହର ଝଲସି ଉଠୁଛି । କମିଟି ପକ୍ଷରୁ ମାଆଙ୍କ ଯାତ୍ରା ଶାନ୍ତିଶୃଙ୍ଖଳାରେ ପାଳିତ ହେଉଥିବା ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

2 + 14 =