ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ବିବାହ ସହାୟତା

0 136

ସମ୍ବଲପୁର: ଆଜି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଅନାଥ ମହିଳା ଏବଂ ପୁରୁଷଙ୍କୁ ବିବାହ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ଆଜି ଯୁବ ଅନାଥ ମହିଳାଙ୍କୁ ସେମାନଙ୍କ ବାହାଘର ନିମନ୍ତେ ପ୍ରତ୍ୟେକଙ୍କୁ ୫୦ ହଜାର ଏବଂ ଜଣେ ଯୁବ ପୁରୁଷଙ୍କୁ ୪୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । କଲ୍ୟାଣୀ ସୁନାନୀ, ବିଜୟ ପଟ୍ଟନାୟକ, ବିନୋଦିନୀ କୁମ୍ଭାର, ଏବଂ ଯଶୋଦା ଚିରଗୁଣ ଆଜି ଜିଲ୍ଲା ମୁଖ୍ୟାଳୟଠାରେ ଜିଲ୍ଲାପାଳଙ୍କଠାରୁ ଏହି ରାଶି ଗ୍ରହଣ କରିଛନ୍ତି ।

hiring

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସଚିସ୍ମିତା ପଟ୍ଟନାୟକ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ । ସେହିପରି ଭାବେ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଅଜମ୍ବର ମହାନ୍ତି ଆଜି ଜଣାଶୁଣା ଶିଶୁ ସୁରକ୍ଷା ସଂଗଠନ ରୁକ୍ମୁଣୀ ଲାଠବାଲ ନିକେତନ (ସିସିଆଇ)ରେ ଚାଲିଥିବା ବିବାହ ଉତ୍ସବରେ ଯୋଗ ଦେଇ ସୁଶ୍ରୀ ଦୁର୍ଗାରାଣୀ ପାତ୍ରଙ୍କୁ ସରକାରୀ ସହାୟତା ରାଶି ରୂପେ ୫୦ ହଜାର ଟଙ୍କାର ଚେକ ପ୍ରଦାନ କରିବା ସହ ନବ ଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

twelve + 3 =