ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଝାରପୋଖରୀଆ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଘରେ ରାତିରେ ଶୋଇଥିବା ବେଳେ ଘରେ ନିଆଁ ଲାଗିବାରୁ ଜଣେ ମହିଳା ଓ ତାଙ୍କର ଦୁଇ ଶିଶୁଙ୍କର ପ୍ରାଣହାନି ଘଟିଛି। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଉଞ୍ଚଗାଁ ଗ୍ରାମରେ। ଉଞ୍ଚଗାଁ ଗ୍ରାମର ମଂଗଲ ମାର୍ଣ୍ଡି ଗତ କାଲି ରାତିରେ ସ୍ତ୍ରୀ ସୁରୁକୁନି ମାର୍ଣ୍ଡି, ଝିଅ ସରିତା ମାର୍ଣ୍ଡି ୫ ବର୍ଷ ଓ ୩ ମାସର ପୁଅ ଗୋଟିଏ ଘରେ ଶୋଇଥିଲେ। ତେବେ ରାତି ପ୍ରାୟ ୨ଟା ସମୟରେ ନିଆଁ ଲାଗି ଯାଇଥିଲା