ଗନ୍ଧରାଡି ଲୋକ କଳା ମହୋତ୍ସବ-୨୦୨୨ ପାଇଁ ଶୁଭସ୍ତମ୍ଭ ସ୍ଥାପନ ଓ ଲୋଗୋ ଉନ୍ମୋଚନ

0 323

ଜହ୍ନାପଙ୍କ: ବୌଦ୍ଧ ବ୍ଳକ ଲଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଐତିହାସିକ ଚାରିଶମ୍ଭୁପୀଠ ଠାରେ ଜୁନ ପ୍ରଥମ ସପ୍ତାହରେ ହେବାକୁ ଥିବା ଗନ୍ଧରାଡି ଲୋକ କଳା ମହୋତ୍ସବ ୨୦୨୨ ପାଇଁ ଆଜି ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଓ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଦ୍ୱାରା ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ମହୋତ୍ସବ କମିଟିର ସଭାପତି ଅଶୋକ ସାହୁ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ସମ୍ମାନିତ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ଲଲଟେନ୍ଦୁ ମିଶ୍ର, ପିଡି ଅଶ୍ୱିନୀ ମେହେର, ଏଡିଏମ ବବିତା ରାଣୀ ଦଳବେହେରା, ଡି ଆଇ ପି ଆର ଓ ରିତାକାନ୍ତି ବଳିଆର ସିଂ, ସ୍ଥପତି ସୁମନ ଷଡଙ୍ଗୀ, ଏବିଡିଓ ପ୍ରମୋଦ କୁମାର ମିଶ୍ର, ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ୬ ନଂ ଜିଲ୍ଲା ପରିଷଦ ସଭ୍ୟା କଳ୍ପନା ରାଣି ସାହୁ, ଲଷ୍ମୀପ୍ରସାଦ ସରପଞ୍ଚ ଭାରତୀ ପୁରୋହିତ ମଞ୍ଚାସିନ ଥିଲେ । ପ୍ରଥମେ ମଞ୍ଚାସିନ ଅତିଥିମାନଙ୍କ ଦ୍ୱାରା ଗନ୍ଧରାଡି ମହୋତ୍ସବର ଲୋଗୋ ଉନ୍ମୋଚିନ କରାଯାଇଥିଲା । ମହୋତ୍ସବ କମିଟିର ସାମ୍ପାଦକ ଶମ୍ଭୁ ଗିରି ସ୍ୱାଗତ ଭାଷଣ ଦେଇଥିଲେ । ବିଧାୟକ ଶ୍ରୀ ଅମାତ ଓ ଜିଲ୍ଲାପାଳ ଶ୍ରୀ ମିଶ୍ର ଗନ୍ଧରାଡି ମହୋତ୍ସବ ବିଶ୍ୱ ସ୍ତରରେ କିପରି ପରିଚିତ ହେବ ସେଭଳି ହେବା ଦରକାର ବୋଲି ବକ୍ତବ୍ୟ ରଖିଥିଲେ । ଶେଷରେ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଅଭ୍ୟର୍ଥନା କମିଟି, ଖାଦ୍ୟ କମିଟି, ପ୍ରଚାର ପ୍ରସାର କମିଟି, ସାଂସ୍କୃତିକ କମିଟି, ଶାନ୍ତି ଶୃଙ୍ଖଳା କମିଟି ଆଦି ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯାଇଥିଲା ।

hiring
hiranchal ad1
Leave A Reply

Your email address will not be published.

9 + eight =