ବୁଡ଼୍ରୁମାହାରେ କାଳବୈଶାଖୀର ତାଣ୍ଡବ: ଭାଙ୍ଗିଲା ଅନେକ ଘର, ଉଡିଗଲା ଆଜବେଷ୍ଟ

0 171

ବାଲିଗୁଡା : କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଲେତିଙ୍ଗିଆ ପଞ୍ଚାୟତ ବୁଡ଼୍ରୁମାହା ଗ୍ରାମରେ ଶନିବାର ଦେଖିବାକୁ ମିଳିଛି କାଳବୈଶାଖୀର ତାଣ୍ଡବ । ଅପରାହ୍ନ ପ୍ରାୟ ୪ଟା ବେଳେ ଅଚାନକ ପ୍ରବଳ ବର୍ଷା ପବନ ହେବାରୁ ଗ୍ରାମର ୧୫ରୁ ଉର୍ଦ୍ଧ୍ୱ ଲୋକଙ୍କ ଘରର ଆଜବେଷ୍ଟସ ପବନରେ ଉଡ଼ି ବହୁ ଦୂରରେ ପଡ଼ିଥିବା ଦେଖିବାକୁ ମିଳିଛି । କାଳବୈଶାଖୀ ପ୍ରଭାବରେ ଘରଗୁଡ଼ିକର ଆଜେବେଷ୍ଟ ଉଡିବା ସହିତ ଘରେ ରଖିଥିବା ଧାନ,ଚାଉଳ ,ଡାଲି ଆଦି ବର୍ଷା ପାଣିରେ ନଷ୍ଟ ହୋଇଯାଇଛି । କାଳବୈଶାଖୀ ପ୍ରଭାବରେ ଗ୍ରାମର ମୃତ୍ୟୁଞ୍ଜୟ ପ୍ରଧାନ, ଶିବନାଥ ପମଳିକ, ରାଜୀବ ପ୍ରଧାନ, ଲବ ପ୍ରଧାନ, ରାନ୍ଦ ପ୍ରଧାନ ,ନନ୍ଦ ପ୍ରଧାନ, କୁଜିଙ୍ଗା ପ୍ରଧାନ, ପୁତୁସା ପ୍ରଧାନ ,ବିବଚ ପ୍ରଧାନ, ଇରାମ ଦିଗାଲ, ନମା ଦିଗାଲ, ଶାସିରି ଦିଗାଲ କରମ ସିଂ ଦିଗାଲଙ୍କ ଘର ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଯାଇଛି ।

hiring

ଶନିବାର ପୂର୍ବରୁ ଗ୍ରାମରେ ପୂର୍ବରୁ ଥରେ କାଳବୈଶାଖୀ ଯୋଗୁଁ ସେତେବେଳେ କିଛି ଲୋକଙ୍କ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ପ୍ରଶାସନ ତରଫରୁ ଖଣ୍ଡିଏ ଖଣ୍ଡିଏ ଜରିପାଲ ଦିଆଯାଇଥିବା ବେଳେ ସେହି ଜରିପାଲ ଗୁଡ଼ିକ ବହୁତ ଛୋଟ ଆକାରର ହୋଇ ଥିବାରୁ ଘରର ଅଧା ଛପର ଘୋଡ଼ାଇବାକୁ ହେଉଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।

ଶନିବାର ହୋଇଥିବା କାଳବୈଶାଖୀ ନେଇ ରାଜସ୍ୱ ନିରୀକ୍ଷକଙ୍କୁ ଫୋନ ଯୋଗେ ୱାର୍ଡ ମେମ୍ବର ସାନାପା ଦିଗାଲ ସୂଚନା ଦେଇଛନ୍ତି ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ବାରମ୍ବାର କାଳବୈଶାଖୀ ଯୋଗୁଁ ଏଠାରେ ଲୋକଙ୍କ ଆଜେବେଷ୍ଟ ଘର ଭାଙ୍ଗୁ ଥିଲେ ମଧ୍ୟ ପ୍ରଶାସନ ତରଫରୁ ଏମାନଙ୍କୁ କୌଣସି ସହାୟତା ଯୋଗାଇ ଦିଆ ଯାଉନାହିଁ କିମ୍ବା ଏହି ପଞ୍ଚାୟତରେ ସମସ୍ତ ୱାର୍ଡରେ ବିଜୁପକ୍କା ଘର ମିଳିଥିବା ବେଳେ ଏହି ୧୧ ନମ୍ବର ୱାର୍ଡ ରେ ଆଜିଯାଏଁ ଜଣକୁ ମଧ୍ୟ ପକ୍କା ଘର ଟିଏ ମିଳିନଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

8 + six =