ଶ୍ରୀକୁଞ୍ଜ ବିହାରୀ ପାଠାଗରର ବାର୍ଷିକ ଉତ୍ସବ ପାଳନ

0 62

ନବରଙ୍ଗପୁର : ସ୍ଥାନୀୟ ବୈଭବ କଲ୍ୟାଣ ମଣ୍ଡପ ଠାରେ ଶ୍ରୀ ଶ୍ରୀ କୁଞ୍ଜ ବିହାରୀ ପାଠାଗର ତାର ପଞ୍ଚମ ବାର୍ଷିକ ଉତ୍ସବ ପାଳନ କରିଛି । କବି ଶ୍ରୀ ନାରାୟଣ ପଣ୍ଡାଙ୍କ ସଭାପତିତ୍ୱରେ ମହା ସମାରୋହରେ ଏହି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବେ ସୁଦୂର ବରଗଡ଼ରୁ ଲେଖକ ବାଗ୍ମୀ ଶ୍ରୀ ଓମ ପ୍ରକାଶ ଯୋଶୀ ଯୋଗଦାନ କରି କବି ମାନଙ୍କୁ ଲେଖକ ହେବା ସଂଗେ ସଂଗେ ପାଠକ ହେବାକୁ କହିଥିଲେ । ମୁଖ୍ୟ ଅତିଥି ଭାବରେ ବିଶିଷ୍ଠ ସମାଜସେବୀ ଶ୍ରୀ ଜଗନ୍ନାଥ ମହାପାତ୍ର ଉପସ୍ଥିତ ରହି ପାଠାଗର ଗୁଡିକ ସମାଜ ପାଇଁ ଦର୍ପଣ କହିବା ସଂଗେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ କେବଳ ସରକାରଙ୍କର ନ ହୋଇ ଜନ ସାଧାରଣର ହେବା ମଧ୍ୟ ବୋଲି ବକ୍ତବ୍ୟ ରଖିଥିଲେ । ସମ୍ପାଦକ ରଜନୀ ପାତ୍ର ସମ୍ପାଦକୀୟ ପାଠ କରିଥିଲେ । ମାଟି ମାଆ ପାଇଁ ସାହିତ୍ୟ ମାଧ୍ୟମରେ ସେବା ଦ୍ୱାରା ପାଣ୍ଡିତ୍ୟ କ୍ଷେତ୍ରରେ ସେବା ଯୋଗାଉ ଥିବା ବିଶିଷ୍ଟ ତିନି ଜଣ ପ୍ରତିଭାଙ୍କୁ ପାଠାଗର ସମ୍ମାନ ୨୦୨୨ ଦିଆଯାଇଥିଲା । ଏଥିରେ ସମାଜସେବୀ ବୈଦେହୀ ପଣ୍ଡା , ସହିତ୍ୟିକ ପ୍ରାଧ୍ୟାପକ ପରୀକ୍ଷିତ ସାହୁ ଏବଂ କୃଷ୍ଣ ବେଦ ଶାସ୍ତ୍ରବିତ ଆର. ନରସିଂହ ଶର୍ମା ନାନୀ ପାନ୍ଥୁଲୁଙ୍କୁ ସମ୍ମାନିତ କରାଯାଇଥିଲା । ପାଠାଗର ପାଇଁ ସାହାଯ୍ୟ କରିଥିବା ପାଞ୍ଚ ଜଣ ବଦାନ୍ୟତା ବ୍ୟକ୍ତି ତଥା ଡ଼ ରାଧାନାଥ ବେହେରା, ସୁବାଷ ବିଷୋୟୀ, ଶ୍ରମତି ଭାରତୀ ବିଷୋୟୀ, ଶ୍ରୀମତୀ ଜେମାମଣି ବିଷୋୟୀଙ୍କୁ ଉପଢୌକନ ସହିତ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ସ୍ୱଗତ, ଧନ୍ୟବାଦ ସହ ମଞ୍ଚ ପରିଚାଳନା କରିଥିଲେ ନାଟ୍ୟକାର ଜଗନ୍ନାଥ ବେହେରା । ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ମିଶ୍ର, ଅଖିଳ ଭଟ୍ଟ, ଗୋପବନ୍ଧୁ ବିଷୋୟୀ, କୁମୁଦ ପଟ୍ଟନାୟକ ସହଯୋଗ କରିଥଲେ । ଶ୍ରୀମତୀ ଜାହ୍ନବୀ ପଣ୍ଡା ଓ ଶ୍ରୀମତୀ ବନ୍ଦିତା କରଙ୍କ ସଂଯୋଜନାରେ କବି ହରିହର ନାୟକ, ପର୍ଶୁରାମ ସାହୁ, ସିଦ୍ଧାର୍ଥ ଗୌଥମ ଯୋଶୀ, ଦୁର୍ଗା ପ୍ରଧାନ, ପ୍ରଫୁଲ୍ଲ ପୁହଣ, ସୁରେଶ ମିଶ୍ର, ପ୍ରେମଚାନ୍ଦ ପଟନାୟକ, ଶ୍ରୀମତୀ ରିନାରାଣୀ ସାହୁ, ଶ୍ରୀମତୀ ଶାନ୍ତିଲତା ପଣ୍ଡା, ରଶ୍ମିତା ପ୍ରଧାନ, ଡ଼ ରଘୁନାଥ ଶତପଥୀ, ଅଶୋକ ପଟ୍ଟନାୟକ, ସରୋଜ ତ୍ରିପାଠୀ, ଶ୍ରୀମତି ପ୍ରଭାତୀ ବିଷୋୟୀ, ହର ଦାସ, ପି ରବିକାନ୍ତ ରଘୁରାମ, ସଂଜୀବ ସିଂ ସହିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

1 × 1 =