ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଚାଲିଲା ରେଳ କାର୍ଯ୍ୟ,ସୋରଡା ଅଞ୍ଚଳରେ ୧୪୪ ଧାରା

0 339

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ନୂଆଗାଁ ତହସିଲ୍‌ ଅନ୍ତର୍ଗତ ସୋରଡ଼ା ଅଞ୍ଚଳରେ ଖୋର୍ଦ୍ଧା – ବଲାଙ୍ଗୀର ରେଳପଥ ପ୍ରକଳ୍ପ ମାଟି କାମ ବହୁ ଦିନ ଧରି ସ୍ଥଗିତ ଥିବା ବେଳେ ଆଜି ପ୍ରଶାସନ ତରଫରୁ ୧୪୪ ଧାରା ଜାରି କରିବା ସହ ଆଜିଠାରୁ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି । ସୂଚନା ଅନୁଯାୟୀ ସୋରଡ଼ା ମୌଜାର ଖାତା ନମ୍ବର ୧୬୪ର ପ୍ଲଟ୍‌ ନମ୍ବର ୧୮୧୭ , ୧୮୧୯ , ୧୮୨୦ , ୧୮୨୧ , ୧୮୨୩ , ୧୮୨୫ରେ ୧୫ ତାରିଖ ରବିବାର ସନ୍ଧ୍ୟା ୬ଟାରୁ ଆସନ୍ତା ୧୯ ତାରିଖ ଗୁରୁବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ଆଜି ଘଟଣାସ୍ଥଳରେ ନୟାଗଡ଼ ଜିଲ୍ଲାପାଳ ଡ . ପୋମା ଟୁଡୁ, ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ବିଦ୍ୟୁତ୍‌ ପଣ୍ଡା, ଏସ୍‌ଡିପିଓ ଶୁଭେନ୍ଦୁ ସିନା, ନୂଆଗାଁ ତହସିଲ୍‌ଦାର ପ୍ରଳୟାନନ୍ଦ ଶତପଥୀ, ନୂଆଗାଁ ଥାନା ଅଧିକାରୀ ବସନ୍ତ କୁମାର ସାହୁ , ରେଲ୍‌ ଡେପୁଟି ଚିଫ୍‌ ଇଞ୍ଜିନିୟର ତତ୍ତ୍ୱଦର୍ଶି ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ତ୍ୱରାନ୍ୱିତ କରିଥିବା ଦେଖିବାକୁ ମିଳିଛି । ଖବର ସଂଗ୍ରହ ହେବା ପର୍ଯ୍ୟନ୍ତ କୌଣସି ଅପ୍ରୀତିକର ପରିସ୍ଥିତି ହୋଇ ନ ଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

eight + five =