ପାରାଦ୍ୱୀପ, : ପାରାଦୀପ ନୂଆବଜାର ସ୍ଥିତ ବୃଷଭ ଅନୁଷ୍ଠାନ ପକ୍ଷରୁ ସଦସ୍ୟ ମାନେ ସ୍ବର୍ଗତ କେଳୁ ମଉସାଙ୍କର ପରିବାର କୁ ୧ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେଇଛନ୍ତି।ସ୍ବର୍ଗତ କେଳୁ ମାଉସା ଦୀର୍ଘ ଦିନ ହେବ ଏହି ନୂଆବଜାର ଅଞ୍ଚଳରେ ଚା ଦୋକାନ କରି ଲୋକମାନଙ୍କୁ ସେବା ଯୋଗାଇ ଆସୁଥିଲେ।ତାଙ୍କ ପୁଅ ସ୍ବର୍ଗତ ଉଲ୍ଲାସ ମଧ୍ୟ ବ୍ୟବସାୟିକ ସଫଳତା ଅର୍ଜ୍ଜନ କରି ଆକସ୍ମିକ ଦୁର୍ଘଟଣା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।ତାଙ୍କର ବେସାହାରା ପରିବାର କୁ ଅନୁଷ୍ଠାନ ପକ୍ଷରୁ କରାଯାଇଥିବା ସାହାଯ୍ୟକୁ ଅଞ୍ଚଳ ବାସୀ ଭୂୟସୀ ପ୍ରଶଂସା କରିବା ସହିତ କୃତଜ୍ଞତା ଜ୍ଞାମ୍ପନ କରିଛନ୍ତି।ବୃଷଭ ଅନୁଷ୍ଠାନର ସଦସ୍ୟ ମାନେ ବିଶେଷକରି ଅଞ୍ଚଳରେ ଅବହେଳିତ, ନିଷ୍ପେସିତ ଓ ଗରିବ ପଶୁପକ୍ଷୀ ମାନଙ୍କୁ ସାହାଯ୍ୟର ହାତ ବଢ଼ାଇ ଆସିଛି।ପ୍ରତି ମାସର ସଂକ୍ରାନ୍ତି ଦିନ ଏହାର ସଦସ୍ୟ ମାନେ ଏକତ୍ରିତ ହୋଇ ବୃଷଭ ଙ୍କୁ ସ୍ମରଣ କରିବା ସହିତ ଭଜନ କୀର୍ତ୍ତନ କରି ଆନନ୍ଦ ଅନୁଭବ କରିଥାନ୍ତି।ସଦସ୍ୟଙ୍କ ମଧ୍ୟରେ ସଂକ୍ରାନ୍ତି ପାଳି କରାଯାଇ ପ୍ରସାଦ ସେବନ କରାଯାଇ ଥାଏ।