ମଡେଲ ବସଷ୍ଟାଣ୍ଡ ନିର୍ମାଣ ନେଇ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଆରମ୍ଭ

0 554

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବସଷ୍ଟାଣ୍ଡକୁ ଅତ୍ୟାଧୁନିକ ପାଇଁ ପ୍ରଶାସନ ତରଫରୁ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ସୂଚନାଥାଉ କି ବିନିକା ବସଷ୍ଟାଣ୍ଡକୁ ମଡେଲ ବସଷ୍ଟାଣ୍ଡରେ ପରିଣତ କରିବା ପାଇଁ ଅନୁଦାନ ଯୋଗାଇ ଦିଆଯାଇ ବିଭିନ୍ନ ସମୟରେ ସର୍ଭେ କରାଯାଇଥିଲା, ସେଥିପାଇଁ ବିଜ୍ଞାପିତ ପରିଷଦ ତରଫରୁ ମଧ୍ୟ ଏହି ପରିସର ଭିତରେ ଥିବା ଜବରଦଖଲକାରିଙ୍କୁ ନିଜ ନିଜର ସ୍ଥାନ ରୁ ହଟି ଯିବାକୁ ନୋଟିସ୍‌ ଜାରି ହୋଇଥିଲା । ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ କରାଯାଇଥିବା ବେଳେ ଆଜି ପ୍ରଥମ ଦିନରେ ଜେସିବି ମେସିନ ସହାୟତାରେ ପ୍ରାୟ ୬ଟି ଷ୍ଟଲ୍‌ ଓ ୨ଟି ବେସରକାରୀ ଘର ଭଙ୍ଗା ଯାଇଛି । ତେବେ ସର୍ବମୋଟ ୨୬ଟି ଘର,ବେସରକାରୀ ୪ଟି ଷ୍ଟଲ ଓ ଏନଏସିର ୧୯ଗୋଟି ଷ୍ଟଲ ଭଙ୍ଗା ଯିବ ବୋଲି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କୁମାର ରଥ ସୂଚନା ଦେଇଛନ୍ତି । ଜବରଦଖଲ ଉଚ୍ଛେଦ ବେଳେ ମାଜିଷ୍ଟ୍ରେଟ ଦାୟିତ୍ୱରେ ବିନିକା ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରଥ,ଏସଡିପିଓ ପୁଷ୍ପାଞ୍ଜଳୀ ନିଙ୍ଗୀ, ବିନିକା ଥାନା ଅଧିକାରୀ ପବିତ୍ର ସାହୁଙ୍କ ସମେତ ପରିଷଦ କର୍ମଚାରୀ, ପୋଲିସ ବାହିନୀ ମୁତୟନ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

one × four =