ଓଜେୟୁ ତରଫରୁ ନୂତନ ଏସପିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

0 184

ନବରଙ୍ଗପୁର: ଓଡ଼ିଶା ସାମ୍ୱାଦିକ ସଂଘ ନବରଙ୍ଗପୁର ତରଫରୁ ଆଜି ଜିଲ୍ଲାର ନୂତନ ଏସପି ଏସ. ସୁଶ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ସାକ୍ଷାତକାର ବେଳେ ସଂଘର ରଜ୍ୟ ସଂପାଦକ ତଥା ଜିଲ୍ଲା ସଭାପତି ବାଙ୍କ ବିହାରୀ ବିଷୋୟୀ ଉପ ସଭାପତି ଜାନକୀ କାନ୍ତ ବିଷୋୟୀ, ରଞ୍ଜନ ପଟ୍ଟନାୟକ, ସହ ସଂପାଦକ ବେଣୁ ଗୋପାଳ ରାଓ, କୋଷାଧ୍ୟକ୍ଷ ଶିବ ଶଙ୍କର ତ୍ରିପାଠୀ, ଉପଦେଷ୍ଟା ଭାଗିରଥି ମଲ୍ଲିକ, ପରବିନ୍‌ ଗୁପ୍ତା, ସରୋଜ ସିଂ, ଶିବ ବିଷୋୟୀ, ବସନ୍ତ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ । ଏସପିଙ୍କ ସହ ଜିଲ୍ଲା ସାମ୍ବାଦିକଙ୍କ ସମସ୍ୟା, ଟ୍ରାଫିକ ବ୍ୟବସ୍ଥା, ଚୋରି, ରାହାଜାନୀ ଓ ବିଭିନ୍ନ ଥାନାରେ କିପରି ସରଳ ନିରୀହ ଲୋକେ ନ୍ୟାୟ ପାଇବେ ସେ ବିଷୟରେ ଆଲୋଚନା ହୋଇଥିଲା । ଏହି ସାକ୍ଷାତକାରେ ଖୁସି ପ୍ରକଟ କରିଛନ୍ତି ନୂତନ ଏସପି ମୋହାଦୟା ।

hiranchal ad1
Leave A Reply

Your email address will not be published.

eleven − 7 =