କେନ୍ଦୁମୁଣ୍ଡି ସେକ୍ସନ ଫରେଷ୍ଟରଙ୍କ ବଦଳୀ ଦାବି

0 221

ପାଟଣାଗଡ: କେନ୍ଦୁପତ୍ର ପଶ୍ଚିମଓଡ଼ିଶାର ଏକ ଅର୍ଥକାରୀ ଫସଲ । କେନ୍ଦୁପତ୍ର ଉପରେ ନିର୍ଭର କରି ଲକ୍ଷାଧିକ ପରିବାର କିଛି ମାସ ପରିତ୍ରାଣ ହେଉଛନ୍ତି । କେନ୍ଦୁପତ୍ର ଜୀବନ ଜୀବିକାର ଅନ୍ୟ ଏକ ଆଶାବାଡ଼ି କହିଲେ ଅତ୍ୟୁକ୍ତି ହେବନାହିଁ । ପ୍ରବଳ ଖରାରେ ମହିଳାମାନେ ନିଜନିଜ ପିଲା ଛୁଆକୁ ଛାଡି କେତେ ପରିଶ୍ରମ କରି ନିଜ ଜୀବନକୁ ବାଜି ଲଗେଇ କେନ୍ଦୁପତ୍ର ତୋଳିଥାନ୍ତି । ନା ଜୀବଜନ୍ତୁକୁ ଡରଥାଏ, ନା ସାପ କିମ୍ବା ବିଷଧର କୀଟ ପତଙ୍ଗକୁ ଡରଥାଏ । ବହୁତ କଷ୍ଟରେ ପତ୍ର ସଂଗ୍ରହ କରିଥାନ୍ତି । ପତ୍ର ତୋଳି ଘରକୁ ଆସି ପୁଣି ପତ୍ର ବନ୍ଧେଇ କାର୍ଯ୍ୟରେ ଲାଗି ପଡନ୍ତି । ଗୋଟିଏ ପଟେ ରନ୍ଧା କାର୍ଯ୍ୟ ଥାଏ ତ ଗୋଟିଏ ପଟେ ନିଜ ପିଲା ଛୁଆକୁ ଦେଖା କରିବା । ପତ୍ରକୁ ବାନ୍ଧି ସାରିଲା ପରେ ପାଖରେ ଥିବା ଫଡ଼ି ଘରକୁ ଶୁଖେଇ ନିଅନ୍ତି । ଏହି ସମୟରେ ବିଭାଗୀୟ ଅଧିକାରୀମାନଙ୍କ ଅତ୍ୟାଚାର ବଢିଯାଏ, କେତେ କଟନୀ ଛଟନି କେତେ ନୀତି ନିୟମ ଦେଖେଇଥାନ୍ତି । ସେ ଭିତରେ ମନସୀ,ଚପରାସି ମାନଙ୍କୁ ବିଭାଗୀୟ ଅଧିକାରୀ ମାନେ କେତେ ତାଗିଦ କରିଥାନ୍ତି, କାମ ଉପରେ କାମର ବୋଝ ଦେଇ ଚାଲି ଥାନ୍ତି । ପ୍ରତ୍ୟେକ ବର୍ଷ ଫଡ଼ି ମରାମତି ନାଁ ରେ ଅର୍ଥ ଶ୍ରାଦ୍ଧ କରି ହରିଲୁଟ କରି ମନସୀ ,ଚପରାସୀ ମାନଙ୍କ ମୁଣ୍ଡରେ ଅଠା ବୋଲି ଦିଅନ୍ତି । କେତେ କେତେ ଜାଗାରେ ନଡ଼ା ବଦଳରେ ସାଧା ପୁଆଲ ଦେଇ ଦେଉଛନ୍ତି । ଫଡ଼ିର ମରାମତି କାମରେ ଲାଗିଥିବା ଶ୍ରମିକ ମାନଙ୍କୁ ମଧ୍ୟ ପାଉଣା ଦେବାରେ ବିଳମ୍ବ, ମନସୀ,ଚପରାସି ମାନେ ନିଜ ପଇସାରେ ବିଭିନ୍ନ ସାମଗ୍ରୀ ଲଗେଇଥିଲେ ମଧ୍ୟ ତାର ପାଉଣା ପାଇବା ବିଳମ୍ବ କରିଥାନ୍ତି । ତୋଳାଳୀମାନଙ୍କ ପତ୍ର ଖରଦୀ କରିବା ବଦଳରେ ମନସୀ,ଚପରାସି ମାନଙ୍କୁ ଟାର୍ଗେଟ ସରିଗଲା ବୋଲି ଧମକ ଚମକ ଦେଇଥାନ୍ତି । କେନ୍ଦୁପତ୍ର ମିଳୁଥିଲେ ମଧ୍ୟ ପତ୍ର ନ ତୋଳିବା ପାଇଁ ବାଧ୍ୟ କରୁଛନ୍ତି । ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ଅନେକ ସେକ୍ସନରେ କେତେ ଜଣ ଫରେଷ୍ଟର ଠିକ କାର୍ଯ୍ୟ ତୁଲାଇ ତୋଳାଳୀ, ଚାପରାସି ଓ ମନସୀ ମାନଙ୍କ ହୃଦୟ ଜିତିଥିବା ବେଳେ ପାଟଣାଗଡ଼ ରେଞ୍ଜ ଅନ୍ତର୍ଗତ କେନ୍ଦୁମୁଣ୍ଡି ସେକ୍ସନର ଫରେଷ୍ଟର ମନମୁଖୀ ଶାସନ ଚଳାଉଥିବା ଅଭିଯୋଗ ହେଉଛି । ତୋଳାଳୀ, ଚପରାସି ଓ ମନସୀ ମାନଙ୍କୁ ଭଲ ବ୍ୟବହାର ଦେଖାଉନାହାନ୍ତି । ଠିକ ଭାବେ କାର୍ଯ୍ୟ ସମ୍ପାଦନ କରୁନାହାନ୍ତି । ଏଣୁ ଏହି ଫରେଷ୍ଟରକୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ ଅନ୍ୟତ୍ର ବଦଳି କରୁବାକୁ ଦୃଢ଼ ଦାବୀ କରାଯାଇଛି । ତୋଳାଳୀ, ମନସୀ ଓ ଚପରାସି ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଜି ପଶ୍ଚିମ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲାପାଳ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଓଡ଼ିଶା, ପି ସି ସି ଏଫ ଓଡ଼ିଶା ଭୁବନେଶ୍ୱରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଆଜିର ଦାବିପତ୍ର ପ୍ରଦାନ ସମୟରେ ଗିରିରାଜ ଭୋଇ, ଲଳିତ ମଲ୍ଲିକ,ବାଳମକୁନ୍ଦ କୁଅଁର, କୁଞ୍ଜବିହାରି ଧରୁଆ,ନିହାର ଧରୁଆ, ଚୈତନ୍ୟ ସୁନା ଓ ସଂଘର ଅନେକ ସଦସ୍ୟ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

4 × three =