ଭୁବନେଶ୍ୱର : ମେ’ ୩୧ ତାରିଖରେ ହେବାକୁ ଥିବା ଯୁକ୍ତ ଦୁଇର ପରୀକ୍ଷାଗୁଡିକୁ ଆଜି ଘୁଞ୍ଚାଇ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) । ସେହିଦିନ ହେବାକୁ ଥିବା ପରୀକ୍ଷା ଗୁଡିକ ଜୁନ୍ ୪ ତାରିଖରେ ହେବ ବୋଲି ସିଏଚ୍ଏସ୍ଇ ପକ୍ଷରୁ ଜାରି କରାଯାଇଥିବା ନୋଟିସ୍ରେ କୁହାଯାଇଛି । ମେ’ ୩୧ରେ କଳା ବିଭାଗର ଗଣିତ ଓ ଗୃହବିଜ୍ଞାନ ପରୀକ୍ଷା ହେବାକୁ ଥିଲା । ସେହିପରି ବିଜ୍ଞାନ ବିଭାଗର ଗଣିତ ଓ ଧନ୍ଦାମୂଳକ ବିଭାଗର ବାୟୋଲୋଜି ପରୀକ୍ଷା ହେବାର ଥିଲା । ତେବେ ନୂଆ ନିର୍ଦ୍ଦେଶ ଅନୁଯାୟୀ, ଏହି ପରୀକ୍ଷା ଗୁଡିକ ଜୁନ୍ ୪ ତାରିଖରେ ହେବ । ଏହା ସହିତ ସିଏଚ୍ଏସ୍ଇ କହିଛି ଯେ ମେ’ ୨୧ରୁ ମେ’ ୨୮ ତାରିଖରେ ମଧ୍ୟ ଯେଉଁ ସବୁ ପରୀକ୍ଷା ହେବାର ଅଛି, ସେଗୁଡିକ ପୂର୍ବନିର୍ଦ୍ଧାରିତ ସୂଚୀ ଅନୁସାରେ ହେବ ।