କେନ୍ଦ୍ର ସରକାରଙ୍କୁ ୩୦ ହଜାର କୋଟିର ବଳକା ଅର୍ଥ ଦେବ ରିଜର୍ଭ ବ୍ୟାଙ୍କ

0 61

ମୁମ୍ବାଇ : ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରିଜର୍ଭ ବ୍ୟାଙ୍କ ନିଜର ବଳକା ପାଣ୍ଠିରୁ ୩୦,୩୦୭ କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବ । ଏ ନେଇ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡ ଅଫ ଡାଇରେକ୍ଟର୍ସ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ଏହି ବୈଠକ ଅବସରରେ ୨୦୨୧-୨୨ ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କର କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ୨୦୨୧-୨୨ ଆର୍ଥକ ବର୍ଷ ପାଇଁ ରିଜର୍ଭ ବ୍ୟାଙ୍କ ସରକାରଙ୍କୁ ଯେତିକି ପରିମାଣର ବଳକା ଅର୍ଥ ଦେବ, ତାହା ବଜେଟ ଅଟକଳଠାରୁ କମ ରହିଛି । କିନ୍ତୁ ଏହି ଆର୍ଥିକ ବର୍ଷରେ ସରକାରଙ୍କ ଟିକସ ଆୟ ଅଧିକ ଥିବାରୁ ପୂର୍ବୋକ୍ତ ନିଅଣ୍ଟର ସେତେଟା ପ୍ରଭାବ ରହିବ ନାହିଁ ବୋଲି ଅର୍ଥନିତିଜ୍ଞମାନେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

11 − 9 =