ବାଲିଗୁଡ଼ା: ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷଣା ହେବା ଏବଂ ନିର୍ବାଚିତ ପ୍ରତିନିଧିମାନେ ଦାୟିତ୍ଵ ଗ୍ରହଣ କରିବା ପରେ କନ୍ଧମାଳ ଜିଲ୍ଲା କ.ନୂଆଗାଁ ପଞ୍ଚାୟତ ସମିତିରେ ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା ଅଧ୍ୟକ୍ଷତା କରିଥିବାବେଳେ ବିଡିଓ ସରତ କୁମାର ପାତ୍ର ସ୍ବାଗତ ଭାଷଣ ଦେଇଥିଲେ। ବ୍ଲକରେ ଥିବା ୧୪ ଟି ପଞ୍ଚାୟତର ମୁଖ୍ୟ ରାସ୍ତା କୁ ଆର୍ ଡି କୁ ହସ୍ତାନ୍ତର କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିସହିତ ଶିକ୍ଷା, ସ୍ବାସ୍ଥ୍ୟ,ମନରେଗା ଯୋଜନା, ବିଦ୍ୟୁତ, ରାସ୍ତା, ପାନୀୟ ଜଳ ଆଦି ସମସ୍ୟା ବିଷୟରେ ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ବ୍ଲକର ସମସ୍ତ ବିଭାଗିୟ ଅଧିକାରୀଙ୍କ ସମେତ ୧୪ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନେ ଉପସ୍ଥିତ ଥିବା ବେଳେ ସମାଜ ମଙ୍ଗଳ ଅଧିକାରୀଙ୍କ ଅନୁପସ୍ଥିତି କୁ ନେଇ ସମସ୍ତେ କ୍ଷୋଭ ପ୍ରକାଶ କରିଥିଲେ । ଏହି ବୈଠକରେ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର, ଜିଲ୍ଲା ପରିଷଦ ସଭ୍ୟା ଅନିତା ମଲିକ, ବ୍ଲକ ଉପାଧ୍ୟକ୍ଷ ଧବଳେଶ୍ଵର ପାତ୍ର ସାଂସଦ ପ୍ରତିନିଧି ବାସୁଦେବ ପଣ୍ଡା ସରକାରୀ ଯନ୍ତ୍ରୀ ସିଦ୍ଧେଶ୍ୱର ପାଣିଗ୍ରାହୀଙ୍କ ସମେତ ବ୍ଲକର ସମସ୍ତ ସମିତି ସଭ୍ୟ ଓ ସରପଞ୍ଚ ଉପସ୍ଥିତ ଥିଲେ। ଶେଷରେ ପଞ୍ଚାୟତ ଅଧିକାରୀ ପ୍ରଦିପ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।