ଜାତୀୟ ଶିଶୁ ତୀରନ୍ଦାଜି ପ୍ରତିଯୋଗିତାରେ ସମ୍ବଲପୁରର ୩ ଜଣ

0 72

ସମ୍ବଲପୁର: ଆଜିଠାରୁ ୨୮ ତାରିଖ ଯାଏଁ ଆନ୍ଧ୍ରପ୍ରଦେଶର ରାଜମେହେନ୍ଦ୍ରିଠାରେ ଅନୁଷ୍ଠିତ ହେବାକୁଥିବା ୧୨ ତମ ଓ ୪ର୍ଥ ଶିଶୁ ଜାତୀୟ ତୀରନ୍ଦାଜି ପ୍ରତିଯୋଗିତାରେ ସମ୍ବଲପୁର ଜିଲ୍ଲାରୁ ୩ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସବୁ ପ୍ରତିଯୋଗୀ ସମ୍ବଲପୁର ଜିଲ୍ଲାର ଯୁଯୋମୁରା ବ୍ଲକ ନିବାସୀ । ଏହି ୨ ପ୍ରତିଯୋଗିତାରେ ଓଡିଶା ପକ୍ଷରୁ ୧୫ ଜଣ ପ୍ରତିଯୋଗୀ ଭାଗ ନେବାକୁ ଯାଇ ଥିବାବେଳେ ଶିଶୁ ବିଭାଗରେ ଓଡିଶାର ୬ ଜଣଙ୍କ ମଧ୍ୟରୁ ୩ ଜଣ ସମ୍ବଲପୁର ଜିଲ୍ଲା ଯୁଯୋମୁରାରୁ ସ୍ଥାନ ପାଇଛନ୍ତି । ସେମାନଙ୍କ ମଧ୍ୟରେ ଗୋଟିଏ ପରିବାରର ଭାଇ ଭଉଣୀ ଅନ୍ୱେଶା ଦେହୁରୀ ଓ ଅର୍ଣ୍ଣବ୍‌ ଦେହୁରୀଙ୍କ ସହିତ ଖୁସବୁ ହସମୂର୍ତ୍ତି ସ୍ଥାନ ପାଇଛନ୍ତି । ଯୁଯୋମୁରାର ମିତ୍ରଭାନୁ ମହାପାତ୍ର ଏମାନଙ୍କୁ ପ୍ରଶିକ୍ଷଣ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ମାନସ ରଞ୍ଜନ ମୁଣ୍ଡା ସହ ଉଭୟେ ପ୍ରଶିକ୍ଷଣ ଓ ଗାଇଡ କରୁଛନ୍ତି । ଅନ୍ୱେଶା ଓ ଅର୍ଣ୍ଣବ୍‌ ଯୁଯୋମୁରା ନିବାସୀ ଲକ୍ଷ୍ମୀକାନ୍ତ ଦେହୁରୀଙ୍କ ନାତୁଣୀ,ନାତି ଓ କିଶୋର ଦେହୂରୀଙ୍କ ଝିଅ,ପୁଅ । ଜୁନିଅର ଓ ସିନିଅର ଉଭୟ ଜାତୀୟ ତୀରନ୍ଦାଜି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଥିବା ଅନ୍ୟମାନେ ହେଲେ ସ୍ୱପ୍ନିଲ ପଣ୍ଡା,ରସାନନ୍ଦ ବିରୁଆ, ନାରାୟଣ ଜାନୀ, ଶ୍ରୀରାମ ହେମ୍ବ୍ରମ୍‌, ଦୀପକ ସେଠୀ, ସଞ୍ଜୟ ଗୁଣ୍‌ଚ, ସୋନଶ୍ରୀ ନାୟକ, ସାଇଲକ୍ଷ୍ମୀ ନାୟକ, ଜାଇନା ଇସଲାମ୍‌, ଆରତୀ ମୁଣ୍ଡା ଓ ପ୍ରଜ୍ଞା ଦଳେଇ । ଆନ୍ଧ୍ରପ୍ରଦେଶର ରାଜମେହେନ୍ଦ୍ରୀକୁ ଯାତ୍ରାକରୁଥିବା ଜାତୀୟ ସ୍ତରର ଓଡିଶାର ସମସ୍ତ ପ୍ରତିଯୋଗୀଙ୍କ ସଫଳତା ପାଇଁ ରବିବାର ଦିନ ମାଁ ସମଲେଶ୍ୱରୀଙ୍କ ଠାରେ ପୂଜା ଓ ପ୍ରାର୍ଥନା କରାଯାଇଛି ।

hiranchal ad1
Leave A Reply

Your email address will not be published.

ten + 12 =