ନୂଆଦିଲ୍ଲୀ : ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଷ୍ଟାର ଖେଳାଳି ସୁରେଶ ରାଇନା ଚାହୁଁଛନ୍ତି ଯେ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅର୍ଥାତ୍ ଆରସିବି ଏଥର ଆଇପିଏଲ୍ ଟାଇଟଲ୍ ଜିତନ୍ତୁ । ଫାଫ୍ ଡୁ ପ୍ଲେସିସ୍ଙ୍କ ନେତୃତ୍ୱରେ ଆରସିବି ଆଇପିଏଲ୍ ୨୦୨୨ ର ପ୍ଲେ ଅଫ୍ ପହଞ୍ଚିଛି, କିନ୍ତୁ ଟାଇଟଲ୍ ଜିତିବା ପାଇଁ ଆରସିବିକୁ କ୍ରମାଗତ ତିନିଟି ମ୍ୟାଚ୍ ଜିତିବାକୁ ପଡିବ । କାରଣ ଦଳକୁ ପ୍ରଥମେ ଏଲିମେଟର୍ ମ୍ୟାଚ୍, ତା’ପରେ କ୍ୱାଲିଫାୟର ମ୍ୟାଚ ଏବଂ ତା’ପରେ ଅନ୍ତିମ ମ୍ୟାଚ ମଧ୍ୟ ବିଜୟ ହେବାକୁ ପଡିବ ।
ପ୍ଲେ ଅଫ୍ ମ୍ୟାଚ୍ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସକୁ ଚାରିଥର ଚାମ୍ପିଅନ୍ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସୁରେଶ ରାଇନା କହିଛନ୍ତି ଯେ ମୁଁ ପ୍ରକୃତରେ ଚାହୁଁଛି ଯେ ଆରସିବି ଚଳିତ ବର୍ଷ ଆଇପିଏଲ୍ ଟ୍ରଫି ଜିତୁ, ଏହାର ମୁଖ୍ୟ କାରଣ ହେଲା ବିରାଟ । ରାଇନା ସ୍ପଷ୍ଟ ଭାବେ କହିଛନ୍ତି ଯେ ଆରସିବି ବିରାଟ କୋହଲିଙ୍କ ପାଇଁ ଆଇପିଏଲ ୨୦୨୨ ଟାଇଟଲ୍ ଜିତିବା ଉଚିତ୍ ।
ଆଇପିଏଲ୍ ୨୦୨୨ ଟାଇଟଲ୍ ଜିତିବା ପାଇଁ ଆରସିବିକୁ ପ୍ରଥମେ ଏଲିମିନେଟର ମ୍ୟାଚ୍ରେ ସୁପର ଜିଆଣ୍ଟସ୍କୁ ପରାସ୍ତ କରିବାକୁ ପଡିବ ଏବଂ ତା’ପରେ କ୍ୱାଲିଫାୟର୍ ୨ ରେ କ୍ୱାଲିଫାୟର୍ ୧ରେ ହାରିଥିବା ଦଳକୁ ହରାଇବାକୁ ପଡିବ । ତା’ପରେ ଫାଇନାଲ ମ୍ୟାଚରେ ବିଜୟୀ ହେବାକୁ ପଡିବ । ଏହି ଉପାୟରେ ଲଗାତାର ତିନିଟି ମ୍ୟାଚ୍ ଜିତିବା ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ପାଇଁ ଏକ କଷ୍ଟସାଧ୍ୟ କାର୍ଯ୍ୟ, କିନ୍ତୁ ଏହା ଅସମ୍ଭବ ନୁହେଁ ।
Sign in
Sign in
Recover your password.
A password will be e-mailed to you.
Prev Post