ସଡ଼କ ଦୁର୍ଘଟଣା ଅନୁସନ୍ଧାନ ଉପରେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର

0 53

ସମ୍ବଲପୁର : ଏଠାକାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସଡ଼କ ଦୁର୍ଘଟଣା ଉପରେ ରାଜ୍ୟସ୍ତରୀୟ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି । ଶିବିରରେ ଏହି ସମ୍ପୂର୍ଣ୍ଣ ଅଞ୍ଚଳର ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ସ୍ଥିତ ପୁଲିସ ଥାନା ଗୁଡିକରୁ ବଛା ବଛା ୩୦ ଜଣ ପୁଲିସ ଅଧିକାରୀଙ୍କୁ ପ୍ରଶିକ୍ଷକ ରୂପେ ଆମନ୍ତ୍ରିତ କରାଯାଇଥିଲା । ସଡ଼କ ଦୁର୍ଘଟଣାର ବିଭିନ୍ନ ମହତ୍ତ୍ୱପୂର୍ଣ୍ଣ ଅବୟବ ଉପରେ କିପରି ସମୁଚିତ ଦୃଷ୍ଟି ଦିଆଯିବା ଉଚିିତ, ଯାହାକି ଅନେକ ପରିମାଣରେ ଅନୁସନ୍ଧାନକୁ ପ୍ରଭାବିତ କରିଥାଏ ସେ ବିଷୟରେ ତାର୍କିକ ବିବେଚନା କିପରି କରାଯିବ, ତାହାହିଁ ଏହି ପ୍ରଶିକ୍ଷଣର ବିଷୟବସ୍ତୁ ଥିଲା । ପ୍ରଶିକ୍ଷକମାନେ ସମ୍ପୃକ୍ତ ତଥ୍ୟ ସଂଗ୍ରହ କିପରି କରିବେ, ଏସବୁ ପକ୍ଷ ଉପରେ ବୈଷୟିକ ପ୍ରଶିକ୍ଷଣ ଦେବାପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷକଙ୍କୁ ରାଜ୍ୟ ସରକାର ପଠାଇଛନ୍ତି । ଏଥିରେ ସାମିଲ ହୋଇଥିବା ସମସ୍ତ ୩୦ ଜଣ ପୁଲିସ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ପରେ ସମ୍ବଦ୍ଧ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

4 + ten =