ଦଣ୍ଡ ନୃତ୍ୟ ମାଧ୍ୟମରେ ଚାଷୀମାନଙ୍କୁ ସଚେତନତା କାର୍ଯ୍ୟକ୍ରମ

0 165

ପାଟଣାଗଡ଼ : ଚଳିତ ବର୍ଷ ଅକ୍ଷୟ ତୃତୀୟା ଦିନଠାରୁ ଚାଷୀମାନେ ମୁଠିଛୁଆଁ ବା ମୁଠି ଅନୁକୂଳ କରି ସାରିଛନ୍ତି । ଚାଷୀ ମାନଙ୍କ ଚାଷ କରିବା ସମୟ ପାଖେଇ ଆସୁଥିବା ବେଳେ ଚାଷୀମାନେ ଚାଷ କରିବା ଆଗରୁ ଉତ୍କୃଷ୍ଟ ମାନର ତଥା ଅଧିକ ଅମଳକ୍ଷମ , ରୋଗସହନଶୀଳତା ଆଦି ବିଭିନ୍ନ କିସମର ମଞ୍ଜି ଧାନ, କପା, ପନିପରିବା ମଞ୍ଜି ଭଲ କମ୍ପାନୀର କିଣି ସଂଗ୍ରହ କରିଥାନ୍ତି । କଥାରେ ଅଛି ଚାଷ ହୁଡିଲେ ବରଷେ ,ମଞ୍ଜିଗୁଣେ ଫଳ ଏହାକୁ ଆଖି ଆଗରେ ରଖି ଚାଷୀମାନେ ଯଦି ଭଲ କମ୍ପାନୀର ମଞ୍ଜି ବ୍ୟବହାର କଲେ ଅଧିକ ଅମଳ ହେବା ସହ ଦୁଇ ପଇସା ଅଧିକ ଲାଭ ପାଇବ । ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଅନ୍ତର୍ଗତ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମରେ ଆଜି ସୁପରକଟ କପା କମ୍ପାନୀ ପକ୍ଷରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦଣ୍ଡ ନୃତ୍ୟ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥିଲା । ଅଧିକରୁ ଅଧିକ କିପରି କପା ଚାଷ କରି ଲାଭ ପାଇବ ସେନେଇ ନୃତ୍ୟ ପରିବେଷଣ ମାଧ୍ୟମରେ ସଚେତନ କରାଯାଇଥିବା ବେଳେ ଚାଷୀମାନେ ଧାରକରଜ ୠଣ ଆଣି ଚାଷ କରିଥାନ୍ତି । ଭଲ ଫସଲ ନହେଲେ ଚାଷୀ ଧାରକରଜ ୠଣ ସୁଝିବା ଚିନ୍ତା ରେ ଆତ୍ମାହତ୍ୟା କରିବାବାଟ ଆପଣେଇ ନେଇଥାନ୍ତି । ତେଣୁ ବେଳୁ ସତର୍କତା ଅବଲମ୍ବନ କରି କପା ଏକ ଅର୍ଥକାରୀ ଫସଲ ହୋଇଥିବା ରୁ କମ୍ପାନୀର ଅଧିକ ଅମଳକ୍ଷମ ସୁପର କଟ,ଜିଓ,ଆର୍‌ ଏକ୍ସ -୧୨୫ ଭଳି ପ୍ରମାଣିକ କିସମର କପା ମଞ୍ଜି ବ୍ୟବହାର କରିବା ଦ୍ୱାରା ଅମଳ ଅଧିକ ହେବ ସହ ତନ୍ତୁର ମାନ ବୃଦ୍ଧି ହେବ, ରୋଗ ପୋକ କମ୍‌ ଲାଗିଥାଏ ବୋଲି ଦଣ୍ଡ ନୃତ୍ୟ ମାଧ୍ୟମରେ ଚାଷୀମାନଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ବାଙ୍ଗିବାହାଲର ଖଗେ ପ୍ରଧାନ ଓ କଲାହାଣ୍ଡିର ମେଲେଡି ଗ୍ରୃପ ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ଶତାଧିକ ମହିଳା ପୁରୁଷ ଚାଷୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

4 × one =