କ୍ୱାଡ ସମ୍ମିଳନୀରେ ମୁମ୍ବାଇ ଆତଙ୍କୀ ଆକ୍ରମଣକୁ ନିନ୍ଦା

0 55

ଟୋକିଓ : ଟୋକିଓଠାରେ ଆଜି ଅନୁଷ୍ଠିତ କ୍ୱାଡ୍‌ ସମ୍ମିଳନୀରେ ଆତଙ୍କବାଦକୁ ଏକସ୍ୱରରେ ନିନ୍ଦା କରାଯାଇଛି । କ୍ୱାଡ୍‌ ସଦସ୍ୟ ରାଷ୍ଟ୍ର ଆମେରିକା, ଭାରତ, ଜାପାନ ଓ ଅଷ୍ଟ୍ରେଲିଆର ରାଷ୍ଟ୍ରମୁଖ୍ୟମାନେ ଭାରତରେ ହୋଇଥିବା ୨୬/୧୧ ମୁମ୍ବାଇ ଆକ୍ରମଣ,ପଠାନକୋଟ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି । କ୍ୱାଡ ରାଷ୍ଟ୍ରମୁଖ୍ୟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଅନ୍‌ଥୋନୀ ଆଲବାନିଜ ଓ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡାଙ୍କ ପକ୍ଷରୁ ଜାରି ମିଳିତ ଘୋଷଣାନାମାରେ କୁହାଯାଇଛି ଯେ ଆତଙ୍କବାଦ ପଛରେ ଯାହାବି କାରଣ ଥାଉ ନା କାହିଁକି,ଏହାକୁ ଠିକ ବୋଲି କୁହାଯାଇପାରିବ ନାହିଁ । ଏହା ସହିତ ପାକିସ୍ତାନର ନାଁ ନ ନେଇ ଆତଙ୍କବାଦୀମାନଙ୍କୁ ଆର୍ଥିକ, ଅସ୍ତ୍ରଶସ୍ତ୍ର , ଲଜିଷ୍ଟିକ୍ସ ସହାୟତା ପ୍ରଦାନ କରୁଥିବା ଦେଶମାନଙ୍କୁ ମଧ୍ୟ ନିନ୍ଦା କରାଯାଇଛି । ସୂଚନାଯୋଗ୍ୟ ଯେ ୨୦୦୮, ନଭେମ୍ବର ୨୬ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଓ ୨୦୧୬ରେ ପଞ୍ଜାବର ପଠାନକୋଟ ଏୟାରବେସ ଆକ୍ରମଣ ପଛରେ ପାକିସ୍ତାନ ସମର୍ଥିତ ଲସ୍କର-ଇ-ତୋଇବା ଓ ଜୈସ-ଇ-ମହମ୍ମଦର ହାତ ଥିଲା ବୋଲି ଭାରତୀୟ ଏଜେନ୍ସିମାନଙ୍କ ତଦନ୍ତରୁ ସ୍ପଷ୍ଟ ହୋଇଛି ।

hiranchal ad1
Leave A Reply

Your email address will not be published.

4 × one =