ୱାଶିଂଟନ: ଜଣେ ୧୮ ବର୍ଷୀୟ ଯୁବକଙ୍କ ଆଖି ବୁଜା ଗୁଳି ମାଡ଼ରେ ରକ୍ତରଞ୍ଜିତ ହେଲା ଆମେରିକା ଟେକ୍ସାସ୍ର ୱାର୍ଲ୍ଡ ସହରରେ ଥିବା ରୋବ ଏଲିମେଣ୍ଟାରୀ ସ୍କୁଲ । ଏହି ଫାୟାରିଂରେ ଚାଲିଗଲା ୨୧ ନୀରିହ ଜୀବନ। ମୃତକଙ୍କ ମଧ୍ୟରେ ୧୮ ଛାତ୍ରଛାତ୍ରୀ ଥିବା ବେଳେ ୩ ଜଣ ଶିକ୍ଷକ ଥିବା ଜଣାଯାଇଛି। ଅଭିଯୁକ୍ତଜଣକ ସାଲଭାଡୋର ରାମୋସ ବୋଲି ଚିହ୍ନଟ ହୋଇଥିବା ବେଳେ ସେ ଆମେରିକୀୟ ନାଗରିକ ବୋଲି ଜଣାପଡ଼ିଛି। ଏହି ଗୁଳିକାଣ୍ଡରେ ତାଙ୍କର ବି ମୃତ୍ୟୁ ହୋଇଛି। ଏପରି ହୃଦୟ ବିଦାରକ ଘଟଣାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗଭୀର ଶୋକ ପ୍ରକାଶ କରିବା ସହ ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖାଯାଇଛି ।