ଗୋବିନ୍ଦତୋଲା ରଥଯାତ୍ରା ପାଇଁ ନୂତନ କମିଟି ଗଠିତ

0 61

ସମ୍ବଲପୁର: ସାରଥି ସଂସ୍ଥା ସଭାଗୃହରେ ଆଗାମୀ ରଥଯାତ୍ରା ପାଳନ ଅବସରରେ ଗୋବିନ୍ଦ ତୋଲାରେ ମାଉସୀ ମାଁ ମନ୍ଦିର ପରିସରରେ ୯ଦିନ ବ୍ୟାପୀ ଶ୍ରୀଜୀଉ ମାନଙ୍କ ପୂଜାର୍ଚ୍ଚନା ଉପଲକ୍ଷେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହାକୁ ଭବ୍ୟ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ପ୍ରଦୀପ ପାଢୀଙ୍କ ନେତୃତ୍ୱରେ ଏକ ୧୧ଜଣିଆ କମିଟି ଗଠନ କରାଯାଇଛି । ଉକ୍ତ କମିଟିରେ ଆଦିତ୍ୟ ପାଢ଼ୀ, ରବୀନ୍ଦ୍ର ନାଏକ, ରାମଚନ୍ଦ୍ର ବିଶ୍ୱାଳ, ହେମନ୍ତ ପଣ୍ଡା, ପ୍ରକାଶ ପଟ୍ଟନାୟକ, ଜୟ ନାରାୟଣ ଶତପଥୀ, ଶ୍ରୀକାନ୍ତ ପଣ୍ଡା, ଦିଲୀପ ଠାକୁର, ସ୍ୱରୂପ ପୁରୋହିତ, ନରେଶ ସୁନାର ଆଦିଙ୍କୁ ମନୋନୀତ କରାଯାଇଛି । ବିଭିନ୍ନ ବିଭାଗ ପରିଚାଳନା ପାଇଁ ନିମ୍ନଲିଖିତ ବ୍ୟକ୍ତି ବିଶେଷଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି । ପୂଜା ଦାୟିତ୍ୱରେ ଜଗନ୍ନାଥ ଆଚାର୍ଯ୍ୟ, ଗୌରି ଶଙ୍କର ପଣ୍ଡା, ଟୁଲୁ ବଡ଼ପଣ୍ଡା, ରଞ୍ଜିତ ରଥ, ଅନିଲ ନାଏକ; ସାଜସଜ୍ଜା, ଆଲୋକ ଓ ଧ୍ୱନୀ ପାଇଁ ସଞ୍ଜୟ ସାହୁ, ଶ୍ରୀକାନ୍ତ ପଣ୍ଡା, ଲିଙ୍ଗରାଜ ସିଂ, ନରେଶ ସୁନାର; ଭୋଗ ପ୍ରସ୍ତୁତି ପାଇଁ ପ୍ରକାଶ ପଟ୍ଟନାୟକ; ଭଜନ ସନ୍ଧ୍ୟା ପାଇଁ ଶ୍ରୀକାନ୍ତ ପଣ୍ଡା ଓ ତର୍ପଣ ପ୍ରଧାନ; ଭୋଗ ବଣ୍ଟନ: ବାଙ୍କ ବିହାରୀ ପଣ୍ଡା, ବଳରାମ ସେଠୀ, ସ୍ୱରୂପ ପୁରୋହିତ ଓ ବୁଲୁ ରଥ ଆର୍ଥିକ ପରିଚାଳନା: ପ୍ରଦୀପ ପାଢ଼ୀ, ଦାମୋଦର କର, ହେମନ୍ତ ପଣ୍ଡା, ଜୟ ନାରାୟଣ ଶତପଥୀ ଓ ଦିଲୀପ ଠାକୁର, ପ୍ରେସ ମିଡ଼ିଆ: ଜୟ ନାରାୟଣ ଶତପଥୀ ଓ ତର୍ପଣ ପ୍ରଧାନ । ଶେଷରେ ସମସ୍ତଙ୍କ ମଙ୍ଗଳ କାମନା ପାଇଁ ପ୍ରଭୁଙ୍କ କୃପା ପ୍ରାର୍ଥନା କରି ସଭା ସାଙ୍ଗ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

8 − 6 =