ପାଟଣାଗଡ : ଅବକାରୀ ଗୋଇନ୍ଦା ବିଭାଗ ସମ୍ବଲପୁର ଓ ପାଟଣାଗଡ ଅବକାରୀ ବିଭାଗର ମିଳିତ ଭାବେ ଚଢାଉ କରି ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ରାମବ୍ରତ ସାହୁ ଓ ଗୌତମ ମହନ୍ତ । ମିଳିଥିବା ରିପୋର୍ଟ ମୁତାବକ, ଅବକାରୀ ଗୋଇନ୍ଦା ବିଭାଗ ସମ୍ବଲପୁର ଓ ପାଟଣାଗଡ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଖପ୍ରାଖୋଲରେ ଥିବାରେ ସରକାରୀ ମଦ ଦୋକାନ ଓ ପାଟଣାଗଡ ରାମପୁର ଏଫଏଲ ସପରେ କାମ କରୁଥିବା କର୍ମଚାରୀ ରହୁଥିବା ଏକ ଭଡା ଘର ଉପରେ ଚଢାଉ କରିଥିଲା । ଏହି ସମୟରେ ୧୯୬ ବୋତଲ ନକଲି ବିଦେଶୀ ମଦ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିଲା । ଜବତ ହୋଇଥିବା ନକଲି ମଦର ଆନୁମାନିକ ମୂଲ୍ୟ ଦେଢ ଲକ୍ଷ ଟଙ୍କା ହେବ ବୋଲି ଗୋଇନ୍ଦା ଇନ୍ସପେକ୍ଟର ସୂଚନା ଦେଇଛନ୍ତି । ଚଢାଉ ସମୟରେ ଅବକାରୀ ଉପଅଧୀକ୍ଷକ ବିପ୍ରଚରଣ ମଣ୍ଡଳ ଓ ପାଟଣାଗଡ ଅବକାରୀ ବିଭାଗର ଅଧିକାରୀ ବିଶ୍ୱନାଥ ପରିଡାଙ୍କ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।