ବର୍ଷା-ଅନୁଭବଙ୍କୁ ହାଇକର୍ଟଙ୍କ ତାଗିଦ

0 91

କଟକ: ହାଇକୋର୍ଟରେ ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି । ସୋସିଆଲ ମିଡିଆରେ ମନ୍ତବ୍ୟ ନରଖିବାକୁୁ ଉଭୟଙ୍କୁ ହାଇକୋର୍ଟ ତାଗିଦ କରିଛନ୍ତି । କେହି କାହା ବିରୋଧରେ ମନ୍ତବ୍ୟ ନଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଉ କୌଣସି ଭିଡିଓ ପୋଷ୍ଟ ନକରିବାକୁ ଅନୁଭବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଜୁଲାଇ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲାଣି ସାଂସଦ ଅନୁଭବ ମହାନ୍ତି ବାରମ୍ବାର ସୋସିଆଲ ମିଡିଆରେ ବର୍ଷାଙ୍କୁ ଆକ୍ଷେପ କରି ଭିଡିଓ ଜାରି କରୁଛନ୍ତି । ଏହାର ପ୍ରତିକ୍ରିୟାରେ ବର୍ଷା ସାଇବର ଥାନାର ମଧ୍ୟ ଦ୍ୱାରସ୍ଥ ହୋଇଥିଲେ । ସେହିପରି ଅନୁଭବ ଓ ବର୍ଷାଙ୍କ ଫ୍ୟାନମାନଙ୍କ ମଧ୍ୟରେ ଏ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଉଛି । ଏହାକୁ ରୋକ ଲଗାଇବା ପାଇଁ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିବା କୁହାଯାଉଛି ।

hiranchal ad1
Leave A Reply

Your email address will not be published.

5 × three =