ଶୀତଳ ଷଷ୍ଠୀ ଯାତ୍ରା :ମିଳିତ ସମନ୍ୱୟ ସମିତି ସହିତ ଏସପିଙ୍କ ବୈଠକ

0 78

ସମ୍ବଲପୁର: ସମ୍ବଲପୁରଠାରେ ଅନୁଷ୍ଠିତ ଐତିହାସିକ ବିଶ୍ୱ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ଆୟୋଜନ ପାଇଁ ପ୍ରସ୍ତୁତି ପର୍ବ ଚୂଡାନ୍ତ ପର୍ଯ୍ୟାୟରେ ପହଁଚି ଯାଇଛି । ଆଗାମୀ ୩୧ ତାରିଖରୁ ପ୍ରାୟ ଏକ ସପ୍ତାହବ୍ୟାପି ଏହି ଧାର୍ମିକ ମହୋତ୍ସବ ଆରମ୍ଭ ହେବାକୁ ଥିବା ବେଳେ ସମ୍ବଲପୁର ଜିଲା ପୁଲିସ ପକ୍ଷରୁ ଚାଲିଥିବା ପ୍ରସ୍ତୁତି ପର୍ଯ୍ୟାୟରେ ସମ୍ବଲପୁର ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ବାଟ୍ଟୁଲା ଗଙ୍ଗାଧର ଶୀତଳଷଷ୍ଠୀ ଆୟୋଜିତ ବିଭିନ୍ନ ପଡା ଗୁଡିକୁ ପରିଦର୍ଶନ କରି ପ୍ରାକ ପ୍ରସ୍ତୁତି ସଂପର୍କରେ ଯାଞ୍ଚ କରିଛନ୍ତି । ଶନିବାର ପ୍ରାୟ ରାତ୍ର ୮ଟା ସମୟରେ ସମ୍ବଲପୁରର ସର୍ବପୁରାତନ ନନ୍ଦପଡା, ଝାଡୁଆପଡା ଓ ମୁଦିପଡା ଶୀତଳଷଷ୍ଠୀ ଯାତ୍ରା କମିଟିକୁ ନେଇ ଗଠିତ ମିଳିତ ସମନ୍ୱୟ ସମିତିର ଝାଡୁଆପଡାଠାରେ ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ସେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ବୈଠକରେ ଏସପି ସମିତିର କର୍ମକର୍ତ୍ତାମାନଙ୍କ ସହିତ ଆଗାମୀ ଦିନରେ ଆୟୋଜିତ ଶୀତଳଷଷ୍ଠୀ ଉତ୍ସବର ଆୟୋଜନର ବିଭିନ୍ନ ପକ୍ଷ ଉପରେ ଆଲୋଚନା କରିଛନ୍ତି । ଏହି ବୈଠକରେ ନନ୍ଦପଡା, ଝାଡୁଆପଡା ଓ ମୁଦିପଡା ଯାତ୍ରା କମିଟିର କର୍ମକର୍ତ୍ତାମାନଙ୍କ ସହିତ ବିଭିନ୍ନ ବିଷୟ ଉପରେ ଆଲୋଚନା ପରେ ଯାତ୍ରାପଥ ଗୁଡିକ ସମେତ ଅଞ୍ଚଳରେ ରହିଥିବା ସ୍ପର୍ଶକାତର ଅଞ୍ଚଳ ସଂପର୍କରେ ଅବଗତ ହୋଇ ସମସ୍ତଙ୍କଠାରୁ ପରାମର୍ଶ ଲୋଡିଥିଲେ । ଉକ୍ତ ବୈଠକରେ ଏହି ଧାର୍ମିକ ମହୋତ୍ସବର ସଫଳ ଆୟୋଜନ ନିମନ୍ତେ ରହିଥିବା ବିଭିନ୍ନ ବାଧାବିଘ୍ନ ଉପରେ ସଦସ୍ୟ ମାନେ ଦୃଷ୍ଟି ଆକର୍ଷଣ କରିବାରୁ ସେ ଗୁଡିକର ସମାଧାନ କରାଯାଇ ଶାନ୍ତିଶୃଙ୍ଖଳାର ସହିତ ଯାତ୍ରାକୁ ସମ୍ପନ୍ନ ପାଇଁ ନିର୍ଭର ପ୍ରତିଶୃତି ଏସପି ଦେବା ସହିତ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ମିଳିତ ସମନ୍ୱୟ ସମିତି ପକ୍ଷରୁ ପ୍ରଶାସନକୁ ସବୁବେଳେ ସହଯୋଗ ଦିଆଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ଯାତ୍ରାର ସଫଳ ଆୟୋଜନ ନିମନ୍ତେ ପୂର୍ଣ୍ଣ ସହଯୋଗ କରାଯିବ ବୋଲି କୁହାଯାଇଛି । ବୈଠକରେ ସଦର ଏସଡିପିଓ ପ୍ରଦୀପ କୁମାର ସାହୁ, ଟାଉନ ଥାନାଧିକାରୀ ପ୍ରକାଶ କର୍ଣ୍ଣ, ଅଇଁଠାପାଲି ଥାନାଧିକାରୀ ଯୋଗେଶ ପଣ୍ଡା, ଧନୁପାଲି ଥାନାଧିକାରିଣୀ ଅନୀତା ପ୍ରଧାନ, କ୍ଷେତରାଜପୁର ଥାନାଧିକାରିଣୀ ମମତା ନାୟକଙ୍କ ସମେତ ମିଳିତ ସମନ୍ୱୟ ସମିତିର ସଭାପତି ସୁଶାନ୍ତ ପୁରୋହିତ, ପ୍ରଶାନ୍ତ କୁମାର ବରାଇ, ସରୋଜ ଦଲପତ, ଜଗଦୀଶ ପଣ୍ଡା, ଫଣିଭୂଷଣ ମିଶ୍ର, ପାର୍ଥସାରଥୀ ମିଶ୍ର, ବିଶ୍ୱ ରଞ୍ଜନ ପୂଜାରୀ, ସମୀର ରଞ୍ଜନ ବାବୁ, ଅଭିଷେକ ମିଶ୍ର, ସୁନୀଲ ଦାଶ, ଲକ୍ଷ୍ମୀ ନାରାୟଣ ପଟେଲ, ସୁଶ୍ରିତ ମିଶ୍ରଙ୍କ ସମେତ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

13 − 9 =