ଜାଣନ୍ତୁ ଆଇପିଏଲ ବିଜେତା ଦଳକୁ କେତେ କୋଟି ମିଳିବ ପୁରସ୍କାର ରାଶି

0 110

ନୂଆଦିଲ୍ଲୀ : ଆଜି ସଂଧ୍ୟାରେ ଆଇପିଏଲ-୨୦୨୨ର ଟାଇଟଲ ମୁକାବଲା ରାଜସ୍ଥାନ ରୟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟ ହେବ । ଏହା ପୂର୍ବରୁ ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ରୟଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବା ଟାଇଟଲ ହାତେଇବା ବିଫଳ ହୋଇଛି । ଦଳ ହାରିଥିଲେ ଦଳକୁ କୋଟିକୋଟି ଟଙ୍କାର ପୁରସ୍କାର ନିଶ୍ଚିତ ହୋଇଯାଇଛି । ମିଡିଆ ରିପୋର୍ଟ ଅନୁଯାୟୀ ଆଇପିଏଲ ଚମକ୍ରାର ପ୍ରଦର୍ଶନ କରି ତୃତୀୟ ସ୍ଥାନରେ ରହିଥିବା ଆରସିବିକୁ ୭କୋଟି ଟଙ୍କା ପୁରସ୍କାର ରାଶି ପାଇବାକୁ ଥିବା ବେଳେ ସୁପର ଜିଆଣ୍ଟସକୁ ୬.୫୦ କୋଟି ଟଙ୍କା ମିଳିବ ।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜୁରାଟ ଟାଇଟାନ୍ସ ଏବଂ ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ ଚଳିତ ବର୍ଷର ଆଇପିଏଲର ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛି । ଟାଇଟଲ ମୁକାବିଲାରେ ବିଜେତା ଦଳ ୨୦ କୋଟି ପାଇବ ଏବଂ ହାରିଥିବା ଦଳ ୧୩ କୋଟି ପାଇବ ବୋଲି କୁହାଯାଇଛି ।
ଏହା ବ୍ୟତୀତ ବାଇଗଣୀ କ୍ୟାପ୍‌ ଏବଂ କମଳା କ୍ୟାପ୍‌ ଜିତୁଥିବା ଖେଳାଳୀଙ୍କୁ ୧୫ ଲକ୍ଷ ଟଙ୍କା ଦିଆଯିବ । ଅନ୍ୟପକ୍ଷରେ ଉଦୀୟମାନ ଖେଳାଳିଙ୍କୁ ୨୦ ଲକ୍ଷ ଟଙ୍କା ପୁରସ୍କାର ମିଳିବ । ଏଥି ସହିତ, ଲିଗ୍‌ ପର୍ଯ୍ୟାୟରେ ଥିବା ଦଳଗୁଡିକ କେତେ ପାଇବେ ସେ ସମ୍ବନ୍ଧରେ କୌଣସି ସୂଚନା ନାହିଁ ।
୨୦୦୮ ରେ ଆଇପିଏଲ୍‌ର ପ୍ରଥମ ସିଜନ୍‌ ଖେଳାଯାଇଥିଲା, ଯେଉଁଥିରେ ରାଜସ୍ଥାନ ରୟାଲ୍ସ ସେନ ୱାର୍ନଙ୍କ ନେତୃତ୍ୱରେ ଟାଇଟଲ ଜିତିଥିଲା । ସେହି ସମୟରେ ଆରଆର ୪.୮ କୋଟି ଟଙ୍କା ପାଇଥିଲା । ଯେହେତୁ ଏହି ଲିଗ୍‌ ସମଗ୍ର ବିଶ୍ୱରେ ଲୋକପ୍ରିୟ ହୋଇପାରିଛି । ସେ ହିସାବରେ ପୁରସ୍କାର ରାଶି ମଧ୍ୟ ବଢିବାରେ ଲାଗିଛି ।

hiranchal ad1
Leave A Reply

Your email address will not be published.

9 − three =