ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ସାରା ଭାରତ ପଦଯାତ୍ରାରେ ବାହାରିଛନ୍ତି ବିହାରର ବିଜୟ କୁମାର

0 101

ବାଉଁଶୁଣି: ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ କେତେକ ପରିବର୍ତ୍ତନ ଦାବି ନେଇ ବିହାରର ବିଜୟ କୁମାର ହାତରେ ତ୍ରିରଙ୍ଗା ପତାକା ଧରି ସାରା ଭାରତ ପଦଯାତ୍ରାରେ ବାହାରିଛନ୍ତି । ଆମର ବ୍ୟବସ୍ଥାରେ ଯଥା ପଞ୍ଚାୟତଠାରୁ ଆରମ୍ଭ ପାର୍ଲ୍ୟାମେଣ୍ଟ ପର୍ଯ୍ୟନ୍ତ ୮୦ ପ୍ରତିଶତ ଯୁବକଙ୍କ ଭାଗିଦାରୀ, ବେରୋଜଗାରୀ ଶିକ୍ଷିତ ଯୁବକଙ୍କୁ ବେକାରୀ ଭତ୍ତା, କର୍ମଚାରୀଙ୍କ ପରି ରାଜନେତାଙ୍କ ବୟସ ସୀମା ରହିବା ସହ ପେନସନ ବ୍ୟବସ୍ଥା ବନ୍ଦ, ଲୋକଙ୍କ ହିତ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ସାଧାରଣ ଜନତା ନିର୍ବାଚିତ କରିବା ଏବଂ ସମ୍ପୂର୍ଣ୍ଣ ନିଶାମୁକ୍ତ ଯୁବାଭାରତ ଗଠନ ଆଦି ଆଠଟି ଦାବି ନେଇ ଏଭଳି ପଦଯାତ୍ରା କରିବା ତାଙ୍କର ଉଦ୍ଦେଶ୍ୟ ବୋଲି ବିଜୟ କୁମାର ପ୍ରକାଶ କରିଛନ୍ତି । ଗତ ୨୬-୧-୨୨ ତାରିଖରେ ବିହାରର ରାଜଧାନୀ ପାଟନାର ଗାନ୍ଧୀ ମୈଦାନରୁ ସେ ତାଙ୍କର ପଦଯାତ୍ରା ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ସିକିମ,ଆସାମ, ଆରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର, ତ୍ରିପୁରା, ମେଘାଳୟ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ହୋଇ ଓଡ଼ିଶାରେ ପ୍ରବେଶ କରିଛନ୍ତି । ଏହିକ୍ରମରେ ଶନିବାର ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲା ବାଉଁଶୁଣି ଠାରେ ସେ ପହଞ୍ଚିଛନ୍ତି ।ଏହି ପଦଯାତ୍ରାରେ ତାଙ୍କୁ ଦୁଇଜଣ ସହଯୋଗୀ ନିରଞ୍ଜନ କୁମାର ସିଂ ଓ ଗାଡି ଚାଳକ ଶିବମ୍‌ ଝା ପ୍ରମୁଖ ସହଯୋଗ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

12 + 10 =