ଗନ୍ଧରାଡି ମହାବିଦ୍ୟାଳୟରେ ବିଶ୍ୱ ସାଇକେଲ ଦିବସ ପାଳନ

0 147

ଜହ୍ନାପଙ୍କ : ଭାରତ ସରକାରଙ୍କ ଖେଳ ମନ୍ତ୍ରଣାଳୟ ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଓ ଗନ୍ଧରାଡି ମହାବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ଗନ୍ଧରାଡି ମହାବିଦ୍ୟାଳୟ ଜହ୍ନାପଙ୍କ ପରିସରରେ ଜିଲ୍ଲା ଯୁବ ଅଧିକାରୀ ନବନୀତ କୁମାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ବିଶ୍ୱ ସାଇକେଲ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ରାଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟାପକ ଅଶୋକ ପାଣ୍ଡିଆ, ସମ୍ମାନୀତ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ର ଡିଜି ନୋମିନି ଦେବାଶିଷ ପୁରୋହିତ, ଗନ୍ଧରାଢ଼ୀ ମହୋତ୍ସବ କମିଟିର ସମ୍ପାଦକ ଶମ୍ଭୁ ଗିରୀ, ମୁଖ୍ୟ ବକ୍ତା ଭାବରେ ଅଧ୍ୟାପକ ପ୍ରବୀର ଦାସ, ସାମ୍ବାଦିକ ସୁଧାଂଶୁ ଶେଖର ମିଶ୍ର, ସ୍ୱେଚ୍ଛାସେବୀ ସ୍ୱାଧୀନ କୁମାର ପ୍ରଧାନ ଯୋଗଦେଇ କିଭଳି ଭାବେ ଉତ୍ତମ ପରିବେଶ ଗଠନ କରାଯାଇ ପାରିବ ସେ ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ବକ୍ତବ୍ୟ ଦେଇଥିଲେ । ପ୍ରଦୂଷଣ ରୋକିବା ପାଇଁ ସାଇକେଲ ବ୍ୟବହାର କରିବା ଏବଂ କେବଳ ଅତି ଆବଶ୍ୟକ ହେଲେ ଗାଡି ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ରର ଆଷ୍ମାନ ମହାକୁଡ଼ ସ୍ୱାଗତ ଭାଷଣ ଦେଇ ସଭା ପରିଚାଳନା କରିଥିବା ବେଳେ ବାମନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର ବୌଦ୍ଧର ସମସ୍ତ କର୍ମକର୍ତ୍ତା, ଅଂଚଳର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଯୁବକ ସଂଘର ସଦସ୍ୟ ବୃନ୍ଦ, ଶତାଧିକ ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଏହାପରେ ଛାତ୍ର ଛାତ୍ରୀମାନେ ମହାବିଦ୍ୟାଳୟ ପରିସରରୁ ଏକ ସାଇକେଲ ଶୋଭାଯାତ୍ରାରେ ବାହାରି ଜହ୍ନାପଙ୍କ,ନାରାୟଣ ନଗର ଗ୍ରାମ ଦେଇ ଗନ୍ଧରାଡି ମନ୍ଦିରରେ ପହଁଚି ଥିଲେ ।

hiranchal ad1
Leave A Reply

Your email address will not be published.

2 × five =