ଓଜେୟୁର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ,ଶିବ ଶଙ୍କର ତ୍ରିପାଠୀ ଜିଲ୍ଲା ସଭାପତି ଓ ଜାନକୀ କାନ୍ତ ବିଷୋୟୀ ସଂପାଦକ ନିର୍ବାଚିତ
ନବରଙ୍ଗପୁର: ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ସମ୍ମିଳନୀ କକ୍ଷ ଠାରେ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ନବରଙ୍ଗପୁର ଜିଲ୍ଲା ଶାଖାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗଦେଇ ସାମ୍ବାଦିକମାନେ ଲୋକ ମାନଙ୍କର ତୃତୀୟ ନୟନ ବୋଲି ଆଖ୍ୟା ଦେଇଥିଲେ । ନିର୍ଭୀକ ଓ ନିର୍ଭୁଲ ଭାବରେ ସମ୍ବାଦ ପରିବେଷଣ କରି ସମାଜକୁ ସକାରାତ୍ମକ ବାର୍ତ୍ତା ଦେବା ଜଣେ ପ୍ରକୃତ ସାମ୍ବାଦିକଙ୍କ କର୍ତ୍ତବ୍ୟ ବୋଲି ମତ ରଖିଥିଲେ । ସଠିକ ଖବର ସ୍ୱାଗତଯୋଗ୍ୟ ଓ ସମାଲୋଚନା ଦ୍ୱାରା ତ୍ରୁଟିର ସଂଶୋଧନ ହୋଇପାରିବ ବୋଲି ବିଧାୟକ ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ଭାବରେ ସଂଘର ରାଜ୍ୟ ସଭାପତି ଶଶିଭୂଷଣ ପ୍ରହରାଜ ଯୋଗଦେଇ ସାମ୍ବାଦିକମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରାଇବା ସହ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ଦାବି ଉପସ୍ଥାପନା କରିଥିଲେ । ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀନିବାସ ରାଓ ରାଜ୍ୟ ଉପଦେଷ୍ଟା ରାକେଶ ଗୁପ୍ତା ପ୍ରମୁଖ ସଂଗଠନ ଉଦେଶ୍ୟ ଓ ସାମ୍ବାଦିକମାନଙ୍କ ନିମନ୍ତେ ସରକାରୀ ସହାୟତା ଓ ସୁରକ୍ଷା ନେଇ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଜୋନ ୨ ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ପଣ୍ଡା, ଜୋନ ୧ ଜିଲ୍ଲା ପରିଷଦ ସଭ୍ୟା କ୍ରୀଷ୍ଣା ମଞ୍ଜରି ବିଷୋଇ ବ୍ଲକ ଉପଧ୍ୟକ୍ଷ ରାଜେନ୍ଦ୍ର ବିଷୋଇ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସାମ୍ବାଦିକ ଏକତା ଓ କର୍ତ୍ତବ୍ୟ ସମ୍ପର୍କ ରେ ଆଲୋଚନା କରିଥିଲେ । ବିଡିଓ ଦୁର୍ଯ୍ୟେଧନ ଭୋଇ ଅଞ୍ଚଳର ସର୍ବାଙ୍ଗୀନ ବିକାଶରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବା କହିଥିଲେ । ରାଜ୍ୟ ସମ୍ପାଦକ ବାଙ୍କ ବିହାରୀ ବିଷୋଇ ମଞ୍ଚ ପରିଚାଳନା କରିଥିଲେ ।
ରାଜ୍ୟ ସମ୍ପାଦକ କେ. ଶ୍ରୀନିବାସ ସଙ୍ଘର ସାଂଗଠାନିକ ଦୃଢ଼ତା ବିଷୟରେ ଆଲୋଚନା କରିଥିଲେ । ସଙ୍ଘର ମୂଳ ସଦସ୍ୟ ତଥା ରାଜ୍ୟ ଉପଦେଷ୍ଟା ରାକେଶ ଗୁପ୍ତା ସଙ୍ଘର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ।
ଏହି ଅବସରରେ ଜିଲ୍ଲାର ନୂତନ କମିଟି ଘୋଷଣା କରାଯାଇଥିଲା । ସଭାପତି ଭାବରେ ଶିବ ଶଙ୍କର ତ୍ରିପାଠୀ, ଉପସଭାପତି ଭାବେ ରଞ୍ଜନ ପଟ୍ଟନାୟକ, ଜ୍ୟୋତି ପ୍ରକାଶ ଦାଶ, ଯୋଗେନ୍ଦ୍ର ମହାନ୍ତି, ଦେବାଶିଷ ଦାସ, ସଂପାଦକ ଭାବେ ଜାନକୀକାନ୍ତ ବିଷୋୟୀ, ସହ ସଂପାଦକ ଭାବେ ତାରା ପ୍ରସାଦ ପାଣିଗ୍ରାହି, ଖଗେଶ୍ୱର ବିଷୋୟୀ, ସଙ୍ଗଠନ ସଂପାଦକ ଭାବେ କେ. ବେଣୁ ଗୋପାଳ ରାଓ, କୋଷାଧ୍ୟକ୍ଷ ଦେବୀ ପ୍ରସାଦ ମହାପାତ୍ର, ଉପଦେଷ୍ଟା ଭାଗିରଥି ମଲ୍ଲିକ, ପ୍ରଦୀପ ପଟ୍ଟନାୟକ, ସର୍ବସମ୍ମତି କ୍ରମେ ମନୋନୀତ କରଯାଇଥିଲା ।