ବାଲି ହରଚଣ୍ଡି ରଜ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

0 39

ପୁରୀ : ପ୍ରସିଦ୍ଧ ବାଲି ହରଚଣ୍ଡି ରଜ ଉତ୍ସବ ଚଳିତ ମାସ ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ବାଲି ହରଚଣ୍ଡି ପୀଠରେ ଅନୁଷ୍ଠିତ ହେବ । ବିଗତ ଦୁଇ ବର୍ଷ ଧରି କରୋନା ପାଇଁ ଏହି ଉତ୍ସବ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ କରୋନାର ପ୍ରକୋପ ହ୍ରାସ ପାଇଥିବାରୁ ଉତ୍ସବ ପାଳନ ପାଇଁ ସ୍ଥିର ହୋଇଛି । ଏହି ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଉପ ଜିଲ୍ଲାପାଳ ଭବତରଣ ସାହୁଙ୍କ ଅଧ୍ୟକ୍ଷତାରେ ବାଲି ହରଚଣ୍ଡି ପୀଠରେ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଅଧିକ ଜନ ଗହଳିର ଆଶା ରହିଥିବାରୁ ଏହି ଉତ୍ସବକୁ ଶୃଙ୍ଖଳିତ ଭାବେ ପାଳନ ସହ ଲୋକମାନଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଉପଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ବିଶେଷ କରି ରାସ୍ତା ଘାଟ ମରାମତି, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ ବ୍ୟବସ୍ଥା,ପରିମଳ ବ୍ୟବସ୍ଥା,ଆଇନ ଶୃଙ୍ଖଳା ରକ୍ଷା ଇତ୍ୟାଦି ସମ୍ପର୍କରେ ଉପଯୁକ୍ତ ପଦକ୍ଷେପ ନେବାକୁ ଉପଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଗତ ବର୍ଷ ମାନଙ୍କ ପରି ଶାନ୍ତି କମିଟି ଓ ଗ୍ରାମ କମିଟି ଉତ୍ସବର ସଫଳତା ପାଇଁ ମଧ୍ୟ ସହଯୋଗ କରିବେ ବୋଲି ସ୍ଥିର ହେଲା । ଏହି ବୈଠକରେ ପୋଲିସ ଏସଡିପିଓ ଶ୍ରୀ କିଶୋର ଚନ୍ଦ୍ର ମୁଣ୍ଡ, ବ୍ରହ୍ମଗିରି ବିଡ଼ିଓ ଜ୍ୟୋତି ରଞ୍ଜନ ସେଠୀ, ତହସିଲଦାର କାହ୍ନୁ ଚରଣ ଘଡେ଼ଇ, ଆଇଆଇସି ମନୋଜ ଶତପଥୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପ୍ରତିନିଧି,ଆମ୍ବପଡା, ରେବଣା ନୂଆଗାଁ, ପଲଙ୍କ ଗ୍ରାମ ପଞ୍ଚାୟତର ସରପଞ୍ଚ, ଅନ୍ୟାନ୍ୟ ବିଭାଗର ଅଧିକାରୀ ଓ ଲୋକପ୍ରତିନିଧି, ଅନୁଷ୍ଠାନର କର୍ମକର୍ତ୍ତା ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

19 + nineteen =