ବୌଦ୍ଧ ସହରର ବୁଦ୍ଧ କୀର୍ତ୍ତୀରାଜି ପରିସର ଖନନ ହେଲେ ମିଳିବ ବୌଦ୍ଧର ଇତିହାସ

0 157

ଜହ୍ନାପଙ୍କ : ଐତିହାସିକ ଗନ୍ଧରାଢୀ ଲୋକକଳା ମହୋତ୍ସର ତୃତୀୟ ଦିବସ ତଥା ଉଦଯାପନୀ ଉତ୍ସବରେ ଗନ୍ଧରାଢୀର ଇତିହାସ, କଳା ଓ ଭାସ୍କର୍ଯ୍ୟ ସଂପର୍କରେ ଆଲୋଚନା ଚକ୍ର ଜଗତି ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅବସର ପ୍ରାପ୍ତ ଇତିହାସ ବିଭାଗର ଅଧ୍ୟାପକ ଉଗ୍ରେସନ ନାୟକ ଗନ୍ଧରାଢୀର ପୃଷ୍ଠଭୂମି ଉପରେ ଉପସ୍ଥାପନ କରିଥିଲେ । ଡ. ଅମରେଶ ପ୍ରଧାନ ଅଷ୍ଟମ ଶତାଦ୍ଦୀର ପୂର୍ବ ଧୁତିପୁର ରାଜ୍ୟ ସଂପର୍କରେ ନିଜର ଐତିହାସିକ ମତ ପ୍ରକାଶ କରିଥିଲେ । ଡ. କେଦାର ମିଶ୍ର ମହାନଦୀ ଅବବାହିକାରେ ଅବସ୍ଥିତ ବୌଦ୍ଧ ଇତିହାସ ସଂପର୍କରେ ଗବେଷଣା କରିବାର ଆବଶ୍ୟକତା ରହିଛି । ବୌଦ୍ଧ ସହରରେ ରହିଥିବା ବୌଦ୍ଧକୀର୍ତ୍ତୀ ପରିସରକୁ ଖନନ କରାଗଲେ ବୌଦ୍ଧର ଇତିହାସ ଉନ୍ମୋଚନ ହୋଇପାରିବ । ଡ. ସନ୍ତୋଷ କୁମାର ପାଢୀ ଅଷ୍ଟମ ଶତାଦ୍ଦୀର ପରବର୍ତ୍ତୀ ସମୟର ଇତିହାସ ସଂପର୍କରେ ଆଲୋଚନା କରିଥିଲେ । ଆଲୋଚକ ଡ. ଜ୍ୟୋତିରଂଜନ ବହିଦାର ବୌଦ୍ଧର ଇତିହାସକୁ ପ୍ରମାଣିତ କରିବା ପାଇଁ ଉଦ୍ୟମ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ସମୀକ୍ଷକ ଭାବେ ଅଧ୍ୟାପକ ଦିବ୍ୟରଂଜନ ତ୍ରିପାଠୀ ସମୀକ୍ଷା କରିଥିଲେ । କାର୍ଯ୍ୟକ୍ରମକୁ ହୃଦାନନ୍ଦ ପ୍ରଧାନ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ପ୍ରଭାତ କୁମାର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ । ଆଲୋଚନା ଚକ୍ରକୁ କମିଟିର ସଦସ୍ୟ ବାସୁଦେବ ପାତ୍ର, ଚର୍ତୁଭୁଜ ଖମାରୀ, ପ୍ରବୀର କୁମାର ଦାସ, ଦେବାଶିଷ ପୁରୋହିତ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

fourteen − 5 =