ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୧୭ଟି ଜିଲ୍ଲାର ପ୍ରତିନିଧିତ୍ୱ ରହିଛି । ୧୩ଟି ଜିଲ୍ଲାରୁ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱ ନାହିଁ । ଚାରୋଟି ଜିଲ୍ଲାରୁ ୨-୨ ଜଣ ମନ୍ତ୍ରୀ ରହିଛନ୍ତି ।
ମନ୍ତ୍ରୀପଦ ମିଳିଥିବା ୧୭ ଜିଲ୍ଲା ମଧ୍ୟରୁ ଯାଜପୁର, ଗଞ୍ଜାମ ଜିଲ୍ଲା, ପୁରୀ ଏବଂ କେନ୍ଦ୍ରାପଡା ଜିଲ୍ଲାରୁ ୨ ଜଣ ଲେଖାଏଁ ମନ୍ତ୍ରୀ ପଦ ପାଇଛନ୍ତି । ଯାଜପୁର ଜିଲ୍ଲାରୁ ମନ୍ତ୍ରୀ ପଦ ପାଇଥିବା ବିଧାୟକ ମାନେ ହେଉଛନ୍ତି ଯାଜପୁର ଜିଲ୍ଲାରୁ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଏବଂ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ । ସେହିପରି ଗଞ୍ଜାମ ଜିଲ୍ଲାରୁ ଚିକିଟି ବିଧାୟିକା ଉଷା ଦେବୀ ଏବଂ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମନ୍ତ୍ରୀ ହୋଇଛନ୍ତି । ପୁରୀ ଜିଲ୍ଲାରୁ କାକଟପୁର ବିଧାୟକ ତୁଷାରକାନ୍ତୀ ବେହେରା ଏବଂ ନିମାପଡାରୁ ସମୀର ରଞ୍ଜନ ଦାସ ଏବଂ କେନ୍ଦ୍ରାପଡା ଜିଲ୍ଲାରୁ ଆଳି ବିଧାୟକ ପ୍ରତାପ କେଶରୀ ଦେବ ଏବଂ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ ମନ୍ତ୍ରିମଣ୍ଡଳରେ ରହିଛନ୍ତି ।
ସେହିପରି ୧୩ ଜିଲ୍ଲାରେ ଜଣେ ଲେଖାଏଁ ମନ୍ତ୍ରୀ ପଦ ପାଇଛନ୍ତି । ରାୟଗଡା ଜିଲ୍ଲାରୁ ବିଷମ କଟକ ବିଧାୟକ ଜଗନ୍ନାଥ ସାରକା, ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, କଟକ ଜିଲ୍ଲାରୁ ଆଠଗଡ ବିଧାୟକ ରଣେନ୍ଦ୍ର ପତାପ ସ୍ୱାଇଁ ଢେଙ୍କାନାଳ ଜିଲ୍ଲାରୁ କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ, ଝାରସୁଗୁଡା ଜିଲ୍ଲାରୁ ନବ କିଶୋର ଦାସ, ଖୋର୍ଦ୍ଧା ଜିଲ୍ଲାରୁ ଅଶୋକ ଚନ୍ଦ୍ର ପଣ୍ଡା, ବୌଦ୍ଧ ଜିଲ୍ଲାରୁ ପ୍ରଦୀପ କୁମାର ଅମାତ, ଟିଟିଲାଗଡରୁ ଟୁକୁନି ସାହୁ, ନୂଆପଡା ଜିଲ୍ଲାରୁ ରାଜେନ୍ଦ୍ର ଢୋଲକିଆ, ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ସମ୍ବଲପୁର ଜିଲ୍ଲାରୁ ରେଢାଖୋଲ ବିଧାୟକ ରୋହିତ ପୂଜାରୀ, ବରଗଡ ଜିଲ୍ଲାରୁ ବିଜେପୁର ବିଧାୟିକା ରୀତା ସାହୁ, ମୟୁରଭଞ୍ଜ ଜିଲ୍ଲାରୁ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ୍ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ।
ସେହିଭଳି ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱ ପାଇ ନ ଥିବା ଜିଲ୍ଲା ଗୁଡିକ ମଧ୍ୟରେ ମାଲକାନାଗିରି, ଗଜପତି, ଜଗତସିଂପୁର, ଭଦ୍ରକ, ନୟାଗଡ, କୋରାପୁଟ, ସୁନ୍ଦରଗଡ, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ, ଅନୁଗୁଳ, କେନ୍ଦୁଝର ଏବଂ ଦେବଗଡ ସାମିଲ ରହିଛି ।
Sign in
Sign in
Recover your password.
A password will be e-mailed to you.
Prev Post