ବାରଣାସୀ ବିସ୍ଫୋରଣ ଦୋଷୀକୁ ଫାଶି ଦଣ୍ଡ

0 71

ନୂଆଦିଲ୍ଲୀ: ବାରାଣସୀ ସିରିଏଲ୍‌ ବୋମା ବିସ୍ଫୋରଣ ମାମଲାରେ ଦୋଷୀ ୱାଲିଉଲ୍ଲାହ ଖାନକୁ ମୃତ୍ୟୁ ଦଣ୍ଡ । ୧୬ ବର୍ଷ ପୁରୁଣା ଏହି ମାମଲାରେ ଜୁନ ୪ ତାରିଖରେ ୱାଲିଉଲ୍ଲାହଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ସିରିଏଲ ବିସ୍ଫୋରଣର ଦୁଇଟି ମାମଲାରେ ଜିଲ୍ଲା ଜଜ୍‌ ଆତଙ୍କବାଦୀ ୱାଲିଉଲ୍ଲାହକୁ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଅନ୍ୟ ଏକ ମାମଲାରେ ପ୍ରମାଣ ଅଭାବରୁ ତାକୁ ଦୋଷମୁକ୍ତ କରାଯାଇଥିଲା ମାମଲାରେ ଅଭିଯୁକ୍ତି ୱାଲିଉଲ୍ଲାହକୁ ଜୁନ ୪ ତାରିଖ ଅପରାହ୍ମରେ ଜିଲ୍ଲା ଅଦାଲତରେ ହାଜର କରାଯାଇଥିଲା । ଜିଲ୍ଲା ଜଜ ଜିତେନ୍ଦ୍ର କୁମାର ସିହ୍ନା ବାରାଣସୀର ସଂକଟମୋଚନ ମନ୍ଦିରରେ ହୋଇଥିବା ସିରିଏଲ ବିସ୍ଫୋରଣରେ ବଲିଉଲ୍ଲାହ ଦୋଷୀ ଥିବା ଘୋଷଣା କରିଥିଲେ । ଏହି ବିସ୍ଫୋରଣରେ ମୋଟ ୭ ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଦଶାଶ୍ୱମେଘ ଘାଟରେ କୁକର ବୋମା ମିଳିବା ଘଟଣାରେ ମଧ୍ୟ ୱାଲିଉଲ୍ଲାହ ଦୋଷୀ ସାବ୍ୟସ୍ତ ହୋଇଥିଲା । ଏଠାରେ ବିସ୍ଫୋରଣ ହେବା ପୂର୍ବରୁ ବୋମାକୁ ଉଦ୍ଧାର କରାଯାଇଥିଲା । ତୃତୀୟ ମାମଲାରେ ରେଲୱେ କ୍ୟାଣ୍ଟ ନିକଟରେ ବିସ୍ଫୋରଣ ହୋଇଥିଲା । ଏଠାରେ ୯ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ସାକ୍ଷୀ ଅଭାବ ଯୋଗୁଁ ୱାଲିଉଲ୍ଲାହକୁ କୋର୍ଟ ଏହି ମାମଲାରୁ ମୁକ୍ତ କରିଛନ୍ତି । ୨୦୦୬ ମସିହାରେ ବାରାଣସୀରେ ସଂକଟମୋଚନ ମନ୍ଦିର ଏବଂ କ୍ୟାଣ୍ଟ ରେଲୱ ଷ୍ଟେସନରେ ବୋମା ବିସ୍ଫୋରଣ ହୋଇଥିଲା । ଏହାଛଡା ଦଶାଶ୍ୱମେଘ ଘାଟ ନିକଟରେ କୁକର ବୋମା ମିଳିଥିଲା । ବୋମା ବିସ୍ଫୋରଣରେ ଅନେକଙ୍କ ଜୀବନ ଯାଇଥିବାବେଳେ, ଡର୍ଜନରୁ ଅଧିକ ଲୋକେ ଆହତ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

eighteen − seventeen =