ଆଜି ଘୋଷଣା ହୋଇପାରେ ନୂଆ ସିଡିଏସଙ୍କ ନାମ

0 36

ନୂଆଦିଲ୍ଲୀ : ଆସନ୍ତାକାଲି ଘୋଷଣା ହୋଇପାରେ ଦେଶର ନୂଆ ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ)ଙ୍କ ନାମ । ଏନେଇ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି ଯେ କେନ୍ଦ୍ର ସରକାର ସିଡିଏସ ନିଯୁକ୍ତି ପ୍ରକ୍ରିୟାରେ କେତେକ ପରିବର୍ତ୍ତନ ଆଣିଛନ୍ତି । ନିୟମକୁ କୋହଳ କରାଯାଇଛି । ଏନେଇ ଆଜି ଏକ ସଂଶୋଧିତ ଗାଇଡଲାଇନ ଜାରି କରାଯାଇଛି । ଏ ସଂପର୍କରେ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ପଦ ପାଇଁ ଉଭୟ ସେବାରତ ଓ ସେବାନିବୃତ ସେନାଧିକାରୀ, ଯେଉଁମାନଙ୍କ ବସୟ ୬୨ ବର୍ଷରୁ କମ, ସେମାନଙ୍କ ନାମ ବିଚାରକୁ ନିଆଯାଉଛି । ପୂର୍ବରୁ ସିଡିଏସ ପଦବୀ ପାଇଁ ୪ ତାରକା ବିଶିଷ୍ଟ ଜେନେରାଲମାନଙ୍କ ନାମ ବିଚାରକୁ ନିଆଯାଉଥିଲା ବେଳେ ନୂଆ ସିଡିଏସ ବାଛିବାକୁ ସରକାର ଏହି ନିୟମକୁ କୋହଳ କରିଛନ୍ତି । ଏବେ ତିନି ତାରକା ବିଶିଷ୍ଟ ଅଧିକାରୀ(ଜେନେରାଲ କିମ୍ବା ଲେପ୍ଟନାଣ୍ଟ ଜେନେରାଲ, ଭାଇସ ଆଡମିରାଲ ଅଥବା ଏୟାର ମାର୍ସାଲ ରାଙ୍କର ଅଧିକାରୀ)ଙ୍କୁ ମଧ୍ୟ ଏହି ପଦବୀ ପାଇଁ ବିଚାରକୁ ନିଆଯାଉଛି । ଗତ ବର୍ଷ ଡିସେମ୍ବର ୮ରେ ତାମିଲନାଡୁର କୁନ୍ନୁରରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ଏମଆଇ-୧୭ ହେଲିକପ୍ଟରରେ ଜେନେରାଲ ରାୱତଙ୍କ ସମେତ ମୋଟ ୧୪ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୧୩ ଜଣ ସେହିଦିନ ପ୍ରାଣ ହରାଇଥିଲେ । ଏହି ଦୁର୍ଘଟଣା ପରଠାରୁ ଆଜି ପର୍ଯ୍ୟନ୍ତ ସିଡିଏସ ପଦ ଖାଲି ରହିଛି ।

hiranchal ad1
Leave A Reply

Your email address will not be published.

1 × three =