ପ୍ରବାସୀ ଓଡ଼ିଆଙ୍କୁ ସହାୟତାର ହାତ ବଢ଼ାଇଲେ ବାଲିଗୁଡ଼ା ପୋଲିସ୍ ଓ ସ୍ଥାନୀୟ ବାସିନ୍ଦା

0 227

ବାଲିଗୁଡ଼ା: ପ୍ରବାସୀ ଓଡ଼ିଆଙ୍କୁ ସହାୟତାର ହାତ ବଢ଼ାଇଲେ ବାଲିଗୁଡ଼ା ପୋଲିସ୍ ଓ ସ୍ଥାନୀୟ ବାସିନ୍ଦା । ସୂଚନା ପ୍ରକାରେ କଳାହାଣ୍ଡି ଜିଲ୍ଲାର ୨୩ ଜଣ ଶ୍ରମିକ ହାଇଦ୍ରାବାଦର ଏକ ଘରୋଇ କଂମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ । ଲକ୍ ଡାଉନ୍ ଯୋଗୁଁ ଘରକୁ ଫେରି ପାରିନଥିଲେ । ସରକାର ନିୟମରେ କୋହଳ କରିବାପରେ କଳାହାଣ୍ଡି ଜିଲ୍ଲାର ୨୩ଜଣ ଶ୍ରମିକ ହାଇଦ୍ରାବାଦରୁ ଏକ ବସ୍ ଭଡ଼ା କରି ବାହାରିଥିଲ ଭିଟାମାଟି ଅଭିମୁଖେ । TS 08 UB-7800 ନମ୍ବର ଯୁକ୍ତ ବସ୍ ରେ ଆସିବାବେଳେ ଆଜି ସକାଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବସ୍ ଷ୍ଟାଣ୍ଡ ନିକଟରେ ବସ୍ ରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା ଏବଂ ଗାଡ଼ି ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା । ଏଭଳି ପରିସ୍ଥିତିରେ ନିକଟରେ ଥିବା ନାକାରେ ଡିୟୁଟି କରୁଥିବା ପୋଲିସ୍ କର୍ମଚାରୀ ଥାନା ଅଧିକାରୀଙ୍କୁ ଜଣାଇଥିଲେ । ଖବରପାଇ ବାଲିଗୁଡ଼ା ଆଇଆଇସି ପ୍ରଶାନ୍ତ କୁମାର ବେହେରା ଓ ଡିଏସପି ମନୋଜ କୁମାର ପୁଜାରୀ ଘଟଣାସ୍ଥଳରେ ପହଁଚିଥିଲେ ଏଥିସହିତ ବାଲିଗୁଡ଼ା ବ୍ଲକ୍ ବିଜେଡି ସଭାପତି ଟୁନା ଦାସଙ୍କ ସମେତ ରାଜ କିଶୋର ପାଢ଼ୀ,ରଞିତ୍ କୁମାର ମହାନ୍ତି ପ୍ରମୁଖ ପହଞ୍ଚି ମେକାନିକ୍ ଡକାଇ ବସ୍ ମରାମତି କରାଇବାରେ ସହଯୋଗ କରିବା ସହ ପ୍ରବାସୀଙ୍କୁ ଜଳଖିଆ,ବିସ୍କୁଟ୍,ଥଣ୍ଡା ପାନୀୟ ଆଦି ସାମଗ୍ରୀ ଦେଇଥିଲେ । ଅସୁବିଧା ସମୟରେ ସହାୟତାର ହାତ ବଢ଼ାଇଥିବାସହ ସୁରକ୍ଷିତ ଭାବରେ ପ୍ରବାସୀଙ୍କୁ ନିଜ ଗାଁ କୁ ପଠାଇଥିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି ସମସ୍ତ ପ୍ରବାସୀ ।

hiranchal ad1
Leave A Reply

Your email address will not be published.

20 + 4 =