ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରବାସୀ ଓଡିଆଙ୍କୁ ଯୋଗଶିକ୍ଷା ଦେଲା ଜିଲ୍ଲା ପ୍ରଶାସନ

0 110

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପ୍ରଶାସନ ଜିଲ୍ଲାର ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସଂଗରୋଧରେ ରହୁଥିବା ପ୍ରବାସୀ ଓଡିଆଙ୍କ ରୋଗ ପ୍ରତିଷେଧକ ଶକ୍ତି ବଢାଇବା ଏବଂ ମାନସିକ ସ୍ୱାସ୍ଥ୍ୟର ସନ୍ତୁଳନ ପାଇଁ ଜିଲ୍ଲା ପ୍ରଶାସନ ୪୫ଗୋଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୬୮୨ ଅନ୍ତେବାସୀଙ୍କୁ ଯୋଗ ଶିକ୍ଷା ଦେବା ଆରମ୍ଭ କରିଛନ୍ତି । ପ୍ରତିଦିନ ସକାଳ ୬ଘଣ୍ଟା ଠାରୁ ୮ ଘଣ୍ଟା ପ୍ରତ୍ୟେକ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଥାନୀୟ ଶାରୀରିକ ଶିକ୍ଷା ପ୍ରଶିକ୍ଷକଙ୍କ ଦ୍ୱାରା ଯୋଗ ଶିକ୍ଷା ଦିଆଯାଉଛି । ଏହି ଯୋଗ ଶିକ୍ଷା ଭିତରେ ଏକଘଣ୍ଟା ବ୍ୟାୟାମ ୩୦ ମିନିଟ ଯୋଗ ଅନ୍ୟ ୩୦ ମିନିଟ୍ ଧ୍ୟାନ ଉପରେ ଗୁରୁତ୍ୱ ଦିଆଯାଉଛି । ସମସ୍ତେ କିପରି ଏହି ସମୟରେ ନିରାମିଷ ଭୋଜନ ପ୍ରତି ଆଗ୍ରହ ହେବେ ପ୍ରଶିକ୍ଷକ ଗୁରୁତ୍ୱ ଆରୋପ କରିଥାନ୍ତି । ଏହି ଯୋଗ ଶିକ୍ଷାରେ ପ୍ରତ୍ୟେକ ଅନ୍ତେବାସୀ ଭାଗ ନିଅନ୍ତି ପ୍ରତ୍ୟେକ କିପରି ସଂଗରୋଧରେ ରହୁଥିବା ସମୟ ଯଥା ୨୧ଦିନ ଯୋଗର ସଂପୂର୍ଣ୍ଣ କୋର୍ସ ସାରିପାରିବେ ସେଥିପ୍ରତି ଧ୍ୟାନ ଦିଆଯାଉଛି । ବର୍ତ୍ତମାନ ସମୟରେ ପ୍ରତ୍ୟେକ ପ୍ରବାସୀ ଓଡିଆଙ୍କର କିପରି ରୋଗ ପ୍ରତିରୋଧକଶକ୍ତି ବଢାଯାଇ ପାରିବା ସହ କିପରି ମାନସିକ ବିଶୃଙ୍ଖଳାକୁ ସନ୍ତୁଳନ କରାଯାଇପାରିବ ସେଥିପାଇଁ ଗଜପତି ଜିଲ୍ଲା ପ୍ରଶାସନର ଏହା ହେଉଛି ଏକ ବଡ ପଦକ୍ଷେପ । ଏଥିରେ ୩୦ରୁ ଉର୍ଦ୍ଧ୍ୱ ଶାରୀରିକ ଶିକ୍ଷା ପ୍ରଶିକ୍ଷକ ନିଯୁକ୍ତି ଥିଲା ବେଳେ ଏହିମାନଙ୍କୁ ପର୍ଯ୍ୟାୟ ଆଲୋଚନା କରିବା ପାଇଁ ପଞ୍ଚାୟତ ସମିତି ସ୍ତରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଜିଲ୍ଲାସ୍ତରରେ ଜିଲ୍ଲା କ୍ରୀଡା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଅଛି । ଆଗାମୀ ଦିନରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବଢିବାରେ ଆଶା ଏବଂ ପ୍ରବାସୀ ଓଡିଆଙ୍କ ଫେରିବା ସଂଖ୍ୟା ଅଧିକ ଆଶା ଥିବା ଯୋଗୁଁ ଏହି ଯୋଗ ଶିକ୍ଷା କିପରି ସମସ୍ତଙ୍କ ପାଖରେ ପହଞ୍ଚି ପାରିବ ସେଥିପାଇଁ ଜିଲ୍ଲାପାଳ, ଶିକ୍ଷା ଅଧିକାରୀ, କ୍ରୀଡା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ ଅଧିକରୁ ଅଧିକ ଶାରୀରିକ ଶିକ୍ଷା ପ୍ରଶିକ୍ଷକ କିପରି ନିଯୁକ୍ତି ହେବେ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

one × two =