ନବରଙ୍ଗପୁର: କଂଗ୍ରେସ ଦଳର ବରିଷ୍ଠ ତଥା ପୂର୍ବତନ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ରାହୁଳ ଗାନ୍ଧୀଙ୍କୁ କେନ୍ଦ୍ର ସରକାରଙ୍କ ପରିଚାଳିତ ଇଡି ସଂସ୍ଥା ଦ୍ୱାରା ଦୀର୍ଘ ଦିନ ଧରି ଅଗଣତାନ୍ତ୍ରିକ ଭାବେ ଜେରା କରୁଥିବା ସଂସ୍ଥାକୁ ଦୃଢ଼ ବିରୋଧ କରି ଏଆଇସିସି ଓ ପିସିସିଙ୍କ ଡାକରାରେ ଆଜି ନବରଙ୍ଗପୁର ଠାରେ ଜିଲ୍ଲା କଂଗ୍ରେସ ଦଳ ତରଫରୁ ଆୟୋଜିତ ହୋଇଥିବା ପ୍ରାୟଜିତ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା । ଜିଲ୍ଲାର ସମସ୍ତ ୧୦ ଗୋଟି ବ୍ଲକ୍ ଓ ୨ ଗୋଟି ପୌର ପରିଷଦ ଶତାଧିକ ଦଳୀୟ କର୍ମୀ,ନବ ନିର୍ବାଚିତ ସମସ୍ତ ସଭାପତି । ଏକଜୁଟ ହୋଇ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୧୬ ନଂ ରାଜପଥରେ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ଶାସ୍ତ୍ରୀ ମାର୍ଗ,ମହାତ୍ମା ଗାନ୍ଧି ମାର୍ଗ,ପରେ ଭାରତୀୟ ସମ୍ବିଧାନ ପ୍ରଣେତା ଡକ୍ଟର ଭୀମ ରାଓ ଆମ୍ବେଦକର ମାର୍ଗ ଦେଇ ସ୍ଥାନୀୟ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜିଲ୍ଲା ଡାକ ଘର ସମ୍ମୁଖରେ ଧାରଣା ଦେଇଥିଲେ । ଏବଂ ଉପସ୍ଥିତ ସମସ୍ତ ନେତା କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରି ବିଜେପି ସରକାର ଲୋକଙ୍କୁ ନାନା ପ୍ରଲୋଭନ ଦେଖାଇ ଭୋଟ ହାତେଇ ସରକାରକୁ ଆସିବା, ମିଥ୍ୟା ଭାଷା ଦେଇ ଯେମିତି ବର୍ଷକୁ ୨କୋଟି ବେକାରଙ୍କୁ ଚାକିରି ଦେବା, ବିଦେଶରୁ ବ୍ୟାଙ୍କମାନଙ୍କରେ ଗଚ୍ଛିତ ଥିବା କଳା ଧନ ଆଣି ଭାରତ ବର୍ଷରେ ଥିବା ସମସ୍ତ ବ୍ୟାଙ୍କ ଖାତାଧାରୀଙ୍କ ଖାତାକୁ ୧୫ ଲକ୍ଷ ଟଙ୍କା ପଠାଇବା, ଚାଷୀଙ୍କ ହିତ ପାଇଁ ନୂତନ ଯୋଜନା, ଦେଶ ମେ ଆଚ୍ଛା ଦିନ ଆୟେଗା ଭଳି ଅନେକ ଯୋଜନା ରେ ଭୋଟ ହାତେଇ ପରବର୍ତ୍ତୀ ସମୟରେ ଦେଖା ଦେଶରେ ଦେଇଥିବା ସମସ୍ୟାର ଲମ୍ବା ତାଲିକା ଆଜି ସମସ୍ତଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆକାଶ ଛୁଆ, ଦର ବୃଦ୍ଧି,ଖାଇବା ତେଲ ଲୁଣ ଠାରୁ ଆରମ୍ଭ କରି ଡିଜେଲ, ପେଟ୍ରୋଲ ଦର ବୃଦ୍ଧି ଦୀର୍ଘ ଦୁଇ ବର୍ଷ ଧରି କୋରୋନା ମହାମାରୀ ଫଳରେ ଗରିବ,ଖଟିଖିଆ, ମଧ୍ୟବିତ୍ତ ପରିବାରର ଜୀବନ ଜୀବିକା ଉପରେ ସିଧା ତାର କୁପ୍ରଭାବ ପଡିଛି ଏ ସମସ୍ତ ବିଷୟରେ ଦଳୀୟ ନେତାମାନେ ଉଭୟ ବିଜେପି ଓ ରାଜ୍ୟ ବିଜେଡି ସରକାର ପ୍ରତି ସମାଲୋଚନା କରିଥିବା ଦେଖା ଯାଇଥିଲା । ନିଜ ଭୁଲକୁ ଲୁଚାଇବାକୁ ଯାଇ ବିଜେପି ଦେଶରେ ସର୍ବ ଭାରତୀୟ ସ୍ତରରେ କଂଗ୍ରେସ ଦଳକୁ ବଦନାମ କରିବାକୁ କଂଗ୍ରେସ ଦଳର ବରିଷ୍ଠ ନେତା ଶ୍ରୀ ରାହୁଲ ଗାନ୍ଧୀ ଙ୍କୁ ନିଜ ସରକାର ଦ୍ୱାରା ପରିଚାଳିତ ଇଡି ସଂସ୍ଥା (ଇଡି) ଦ୍ୱାରା ଅଗଣତାନ୍ତ୍ରିକ ଭାବେ ଦୀର୍ଘ ଦିନ ଜେରାକୁ ଦୃଢ଼ ପ୍ରତିବାଦ କରିବା ସହ ଯଦି ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ଦ୍ୱାରା କଂଗ୍ରେସ ଦଳ ପ୍ରତି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରାଯିବ ତାହାହେଲେ ଦଳ କଦାପି ଚୁପ୍ ହୋଇ ବସିବନାହିଁ ସାରା ଦେଶରେ ପ୍ରତିବାଦ କରାଯିବ ବୋଲି ଉପସ୍ଥିତ ରହି ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ପିସିସି ଉପ ସଭାପତଭୁଜବଳ ମାଝୀ, ସଦନ ନାୟକ,ପିସିସି ସଭ୍ୟ ଦିଲ୍ଲିପ କୁମାର ବେହେରା,ବରିଷ୍ଠ ନେତା ସତ୍ୟ ନାରାୟଣ ତ୍ରିପାଠୀ,ଧରମ ସିଂ, ଶଙ୍କର ଦେ, ନବନିର୍ବାଚିତ ମଣ୍ଡଳ ସଭାପତି ଭୀମ ପାଣିଗ୍ରାହୀ, ବଂଶୀ ଧର ମାଝୀ,ପ୍ରକାଶ ପଣ୍ଡା,ନବ କିଶୋର ମନ୍ଦାର,ଦେବକାନ୍ତ ପଣ୍ଡା,ଶ୍ରୀ ସୁନାମ ପାତ୍ର ସୁନା,ପିସିସି ସଭ୍ୟ ଦିଲ୍ଲିପ ପ୍ରଧନି,ବାବୁଲା ପଟ୍ଟନାୟକ,ପିସିସି ସମ୍ପାଦକ ଖେମ ରାଜ୍ ବାଘ,ଦିବାକର ଭାତ୍ରା,ଦୁଳଭ କନ୍ଧ ଗୌଡ଼,ମହମ୍ମଦ ଆଜିର୍,ତମ୍ବୁ ଦାସ ପନ କା, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଦ୍ୱାରିକା ମହାପାତ୍ର,ସେବାଦଳ ମୁଖ୍ୟ ମହମ୍ମଦ ଚାନୁ, ପ୍ରଦୀପ ସାହୁ,ସୁନିଲ ସିଂହ, ବରିଷ୍ଠ ନେତା ବୃନ୍ଦାବନ ତ୍ରିପାଠୀ,ବାସୁଦେବ ପଟ୍ଟନାୟକ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ଶତାଧିକ କଂଗ୍ରେସ କର୍ମୀ ଓ ନେତା ଏକଜୁଟ ଥିବା ଦେଖାଦେଇଥିଲା ।