ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଆସିକା ଥାନା କିଶୋରଚନ୍ଦ୍ର ପଲ୍ଲୀ ଗାଁରେ ଆଜି ସକାଳୁ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବୋହୂର ଠେଙ୍ଗା ମାଡ଼ରେ ଟଳିପଡିଲେ ଶଶୁର । ମୃତ ଶଶୁର ହେଲେ ୫୫ ବର୍ଷୀୟ ସୀମାଞ୍ଚଳ ନାୟକ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୂର୍ବରୁ ଶଶୁର ସୀମାଞ୍ଚଳ ବିଭିନ୍ନ ସମୟରେ ମଦ୍ୟପାନ କରି ବୋହୂକୁ ମାରପିଟ କରୁଥିଲା । ତେଣୁ ଘରୋଇ କଳହରୁ ଏହିଭଳି ହତ୍ୟାକାଣ୍ଡ ହୋଇଥିବା ଅଲୋଚନା କରାଯାଉଛି । ସେପଟେ ଆସିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ଏବଂ ଶଶୁର ହତ୍ୟାକାରୀ ବୋହୁକୁ ଅଟକ ରଖିଛି ପୋଲିସ ।