ଫୁଲୁରି ତେଲ ଲାଗି ହେଲେ ମହାପ୍ରଭୁ

0 75

ପୁରୀ : ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପୀଡିତ ଚତୁର୍ଦ୍ଧା ମୁର୍ତ୍ତି । ଅଣସର ଘରେ ଦଇତାପତି ଓ ପତିମହାପାତ୍ର ସେବକମାନେ ନିଷ୍ଠାର ସହ ମହାପ୍ରଭୁଙ୍କୁ ଆୟୁର୍ବେଦୀୟ ଉପଚାର କରୁଛନ୍ତି । ରବିବାର ହେଉଛି ଅଣସରର ପଞ୍ଚମ ଦିବସ । ଏବେ ମହାପ୍ରଭୁଙ୍କୁ ଗରମ ଚିକିତ୍ସା କରାଯାଉଥିବା ବେଳେ ପଞ୍ଚମୀରେ ମହାପ୍ରଭୁଙ୍କ ଶରୀରରେ ଫୁଲୁରି ତେଲ ଲାଗି ହେବାର ବିଧି ରହିଛି । ଆଜି ହେଉଛି ଆଷାଢ଼ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି । ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ନିକଟରେ ଫୁଲୁରି ତେଲ ଲାଗି କରାଯାଏ । ରବିବାର ମଧ୍ୟାହ୍ନ ଧୂପ ପରେ ବଡ ଓଡିଆ ମଠରୁ ଦୁଇଟି ମାଟିହାଣ୍ଡି ଫୁଲୁରୀ ତେଲ ଆସି ଗାରଦରେ ରଖାଯାଇଥିଲା । ରାତିରେ ଫୁଲୁରୀ ତେଲକୁ ମହାପ୍ରଭୁଙ୍କ ଶରୀରରେ ମାଲିସ କରାଯାଇଥିଲା । ଫଳରେ ଧିରେଧିରେ ସୁସ୍ଥ ହେବାରେ ଲାଗନ୍ତି ମହାପ୍ରଭୁ । ଗତବର୍ଷ ହେରାପଞ୍ଚମୀ ଦିନ ବଡଓଡିଆ ମଠରୁ ଛଅସେର ଖାଣ୍ଟି ରାଶିତେଲ ଆସିଥାଏ । ଗୋଟିଏ ଘଡିରେ କେତକି, ହେନା, ଜୁଇ ,ମଲ୍ଲି ଯାଇ,ଆଦି ପ୍ରାୟ ୨୩/୨୪ ପ୍ରକାର ସୁଗନ୍ଧିତ ପୁଷ୍ପ ପକାଇ ଦିଆଯାଇ ପୋତି ଦିଆଯାଏ । ଗତକାଲି ପୋତା ହୋଇଥିବା ଘଡିକୁ କାଢି ଫୁଲୁରି ତେଲ ପ୍ରସ୍ତୁତ କରାଯାଇଥିଲା । ରବିବାର ଅପରାହ୍ନରେ ଏହି ତେଲକୁ ଓଡ଼ିଆ ମଠ ମହନ୍ତ ବଂଶୀଧର ଦାସ ଗୋସ୍ୱାମୀ ପ୍ରସ୍ତୁତ କରି ଶ୍ରୀମନ୍ଦିରକୁ ପଠାଇଥିଲେ । ସେହି ଫୁଲୁରୀ ତେଲକୁ ମହାପ୍ରଭୁଙ୍କ ଶରୀରରେ ମହୌଷଧି ଭାବେ ବ୍ୟବହାର କରାଯାଇଥାଏ ।

hiranchal ad1
Leave A Reply

Your email address will not be published.

four × three =