ବୌଦ୍ଧ : ବୌଦ୍ଧ ଜିଲ୍ଲା ସଦର ମହକୁମାରେ ଥିବା ବୌଦ୍ଧ ସେବା ସମବାୟ ସମିତିର ସଭାପତି ଭାବେ ଆଜି ବରିଷ୍ଠ ସାମ୍ବାଦିକ ସତ୍ୟଜିତ କୁମାର ପଣ୍ଡା ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଆଜି ବୌଦ୍ଧ ସେବା ସମବାୟ ସମିତିର ସଭାପତି ନିର୍ବାଚନ ପାଇଁ ସକାଳ ୧୦ ଘଣ୍ଟା ଠାରୁ ୧୨ ଘଣ୍ଟା ମଧ୍ୟରେ ମନୋନୟନ ଦାଖଲ୍ ପାଇଁ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ସମୟ ଧାର୍ଯ୍ୟ କରା ଯାଇଥିଲା । ଧାର୍ଯ୍ୟ ସମୟ ମଧ୍ୟରେ ଶ୍ରୀ ପଣ୍ଡା ସଭାପତି ପ୍ରାର୍ଥୀ ଭାବରେ ଜଣେ ମାତ୍ର ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ୍ କରିଥିବାରୁ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଆବଶ୍ୟକ ଯାଞ୍ଚ ପରେ ତାଙ୍କୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ସୁଦାମ ସାହୁ ଘୋଷଣା କରିଥିଲେ । ଶ୍ରୀ ପଣ୍ଡା ପୂର୍ବରୁ ୨୦୧୫ ଠାରୁ ୨୦୨୦ ପର୍ଯ୍ୟନ୍ତ ବୌଦ୍ଧ ସେବା ସମବାୟ ସମିତିର ସଭାପତି ଭାବେ କାର୍ଯ୍ୟ କରିବା ସହ ୨୦୦୬ ମସିହା ଠାରୁ ୨୦୧୦ ପର୍ଯ୍ୟନ୍ତ ପରିଚାଳନା କମିଟିର ସଦସ୍ୟ ନିର୍ବାଚିତ ହୋଇଥିଲେ ।