ରଥଯାତ୍ରା : ପୁରୀ ପୁଲିସ ସହ ଛତିଶା ନିଯୋଗ ସଦସ୍ୟଙ୍କ ବୈଠକ

0 79

ପୁରୀ : ଆସନ୍ତା ଜୁଲାଇ ୧ ତାରିଖରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଚଳିତ ବର୍ଷ ଭକ୍ତଙ୍କ ଗହଣରେ ଏହି ଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ପ୍ରଶାସନିକ ସ୍ତରରେ ଜୋରଦାର ପ୍ରସ୍ତୁତି ଚାଲିଛି । ଆଜି ପୁରୀ ପୋଲିସ ସହ ଛତିଶା ନିଯୋଗ ସଦସ୍ୟଙ୍କ ବୈଠକ ବସିଥିବା ବେଳେ ଅନ୍ୟପଟେ ସୁରୁଖୁରୁରେ ରଥଯାତ୍ରା କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଆଉ ମାତ୍ର ଅଳ୍ପ ଦିନ ପରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଯାତ୍ରାକୁ ଶୃଙ୍ଖଳିତ ସମାପନ କରିବା ନେଇ ପ୍ରଶାସନିକ ସ୍ତରରେ ଚାଲିଛି ବ୍ୟାପକ ପ୍ରସ୍ତୁତି । ଏନେଇ ଆଜି ଏସପିଙ୍କ କାର୍ଯ୍ୟାଳୟରେ ଛତିଶା ନିଯୋଗର ବରିଷ୍ଠ ସେବାୟତଙ୍କୁ ନେଇ ବୈଠକ କରାଯାଇଛି । ପୋଲିସ ଓ ସେବାୟତଙ୍କ ମଧ୍ୟରେ କିଭଳି ଉତ୍ତମ ସମନ୍ୱୟ ରଖାଯାଇ ଶୃଙ୍ଖଳିତ ରଥଯାତ୍ରା କରାଯିବ ସେ ନେଇ ବୈଠକରେ ଆଲୋଚନା କରାଯାଇଥିଲା ।
ସେହିପରି ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରଚାଳନା କମିଟି ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରର ସୋନ୍ଦର୍ଯ୍ୟକରଣ, ଶ୍ରୀମନ୍ଦିର ଭକ୍ତ ନିବାସରେ ଭକ୍ତଙ୍କ ରହଣୀ ବ୍ୟବସ୍ଥା,ରଥଯାତ୍ରା ପୂର୍ବରୁ ସମସ୍ତ ସେବାୟତଙ୍କୁ ପ୍ରିକସନାରୀ କୋଭିଡ ଟିକା ପ୍ରଦାନ, ସେବାୟତଙ୍କୁ ପାସ ବ୍ୟବସ୍ଥା, ଶୃଙ୍ଖଳିତ ନୀତି, ଭକ୍ତଙ୍କ ପାଇଁ ମହାପ୍ରସାଦର ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା ।
ରଥଯାତ୍ରା ସମୟରେ ସେବାୟତ ଓ ତାଙ୍କ ପରିବାର ସଦସ୍ୟଙ୍କ ଜରୁରୀକାଳୀନ ପରିସ୍ଥିତିରେ ଯେଭଳି କୌଣସି ବାଧା ନୁଉପୁଜେ ସେଥିପ୍ରତି ପ୍ରଶାସନିକ ଗୁରୁତ୍ୱ ଦିଆଯାଇଥିବା ବେଳେ ସମସ୍ତଙ୍କ ସହଯୋଗରେ ଶୃଙ୍ଖଳିତ ଓ ସୁରୁଖୁରୁରେ କିଭଳି ରଥଯାତ୍ରା ସମାପନ ହେବ ସେ ନେଇ ମଧ୍ୟ ନଜର ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

eleven + 11 =