ଚଟୁଅନକା ପଞ୍ଚାୟତରେ ଯୋଗ ଦିବସ ପାଳିତ

0 77

କଣ୍ଟାବାଞ୍ଜି:ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ଚଟୁଅନକା ଗ୍ରାମରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଚଟୁଅନକାସ୍ଥିତ ମାଝୀପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା କବ ମାଷ୍ଟର ବିରଞ୍ଚି ନାରାୟଣ ଦାଶଙ୍କ ନେତୃତ୍ୱରେ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଯୋଗ ଉପରେ ସବିଶେଷ ଆଲୋଚନା କରିବା ସହିତ ଯୋଗ ଅଭ୍ୟାସ କରାଯାଇଥିଲା । ବିଦ୍ୟାଳୟର କବ ୟୁନିଟର ଛାତ୍ରମାନେ ବିଭିନ୍ନ ପ୍ରକାରର ବ୍ୟାୟାମ ଓ ଯୋଗ ପ୍ରଦର୍ଶନ କରିବା ସହିତ ଅନ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଶିଖେଇ ଥିଲେ । ଚଳିତ ବର୍ଷର ବିଷୟବସ୍ତୁ ମାନବତା ପାଇଁ ଯୋଗକୁ ସର୍ବବିଦିତ କରିବାକୁ ସମସ୍ତେ ଆଗ୍ରହ ପ୍ରକାଶ କରିଥିଲେ । ଶିକ୍ଷକ କିଶୋର ବରିହା ଓ ଶିକ୍ଷୟିତ୍ରୀ ଦେବକୀ ତାଣ୍ଡୀ, ଥମିର ଛତ୍ରିଆ ସହଯୋଗ କରିଥିଲେ । ଠିକ ସେହିପରି ଅଙ୍ଗନବାଡ଼ି (ଖ) କେନ୍ଦ୍ରରେ ମଧ୍ୟ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜୁନିୟର ରେଡ଼କ୍ରସ ପରାମର୍ଶଦାତା ତଥା ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶ, ମହିଳା ସ୍ୱାସ୍ଥ୍ୟ କର୍ମୀ ନମିତା ମିଶ୍ର, ସମାଜସେବୀ ଥମିର ଛତ୍ରିଆ, ଅଙ୍ଗନବାଡ଼ି କର୍ମୀ ସଙ୍ଗୀତା ବଏ,ବାସନ୍ତୀ ସୁନାନୀ,ଆଶାକର୍ମୀ ସୂର୍ଯ୍ୟକାନ୍ତୀ ମାଝୀ, ଜେମାମଣି କଲେତ ଉପସ୍ଥିତ ଥିଲେ । କିଶୋରୀ ବାଳିକା ଓ ମାଆମାନଙ୍କୁ ଯୋଗର ଉପକାରିତା ଉପରେ ଶ୍ରୀ ଦାଶ ଆଲୋକପାତ କରିଥିଲେ । ତା’ପରେ ଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ କୁମଦିନୀ ମାଝୀ, ଜୟକାନ୍ତୀ ମାଝୀ, ଲକ୍ଷ୍ମୀକାନ୍ତୀ ମାଝୀ, ରୋହିଣୀ ନିଆଲ,ନନ୍ଦିନୀ ଛତ୍ରିଆ, ଟିକେଶ୍ୱରୀ ନିଆଲ, ଲୀନା ନିଆଲ,ଜ୍ୟୋତ୍ସ୍ନା ମାଝୀ ଉପସ୍ଥିତ ରହି ସଫଳ କରିଥିଲେ ।

hiranchal ad1
Leave A Reply

Your email address will not be published.

fourteen − 12 =