ହଜାରେ ନିକଟତର ହେଲା ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ମୃତକଙ୍କ ସଂଖ୍ୟା ୫କୁ ବୃଦ୍ଧି

0 115

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଆଜି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । କଟକ ଜିଲ୍ଲାର ୭୫ବର୍ଷ ବୟସର ଜଣେ ବୃଦ୍ଧ ବୋଲି ଜଣାପଡିଛି । ସେ ଭୁବନେଶ୍ୱରର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।ରାଜ୍ୟରେ ମୃତକଙ୍କ ସଂଖ୍ୟା 5କୁ ବୃଦ୍ଧି ପାଇଛି । ସେହିପରି ଆଜି ପୁଣି ୧୦୨ ପଜିଟିଭ ରାଜ୍ୟରେ ଚିହ୍ନଟ ହୋଇଛନ୍ତି । ୧୦୨ ପଜିିଟିଭଙ୍କ ମଧ୍ୟରୁ ଯାଜପୁରରୁ ସର୍ବାଧିକ ୩୧ ହୋଇଥିବା ବେଳେ ଜଗତସିଂହପୁରରୁ ୨୩, ଭଦ୍ରକରୁ ୨୧, କେନ୍ଦ୍ରାପଡାରୁ ୮, କଟକରୁ ୪, ଖୋର୍ଦ୍ଧାରୁ ୪, ପୁରୀରୁ ୪, ଅନୁଗୁଳରୁ ୨, ବାଲେଶ୍ୱରରୁ ୨, ସମ୍ବଲପୁରରୁ ୨ ଓ ନୟାଗଡରୁ ଜଣେ ଚିହ୍ନଟ ହୋଇଛନ୍ତି । ଏହି ସୂଚନା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଶ୍ୱସ୍ତିର ବିଷୟ ଏହା ଯେ, ଆଜି ଗଞ୍ଜାମ ଜିଲ୍ଲାରୁ କୌଣସି ପଜିଟିଭ ଚିହ୍ନଟ ହୋଇନାହାନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ୯୭୮ରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ, ଗତକାଲି ଜତସିଂହପୁର ଜିଲ୍ଲାରୁ ୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେଇଥିଲେ ମଧ୍ୟ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏ ସଂପର୍କରେ କୌଣସି ତଥ୍ୟ ପ୍ରଦାନ କରିନଥିଲା । ଆଜି ରାଜ୍ୟ ସରକାର ଏ ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

five × 3 =